ବାର୍ଷିକ ସମ୍ମିଳନୀ ପାଇଁ ବାଣାୟତ ସମାଜର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା ବାଣାୟତ ଓଡ଼ିଆ ସମାଜ ରାଉରକେଲା ତାଲୁକାର ଆସନ୍ତା ୨୮ ଜାନୁୟାରୀ ୨୦୨୪ରେ ବାର୍ଷିକ ସମ୍ମିଳନୀର ଆୟୋଜନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସମାଜର ସଭାପତି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆହ୍ୱାନ କ୍ରମେ ସେକ୍ଟର-୩ ସ୍ଥିତ ଅହିରାବନ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା । ପ୍ରତ୍ୟେକ ବର୍ଷ ପରି ଏଥର ବିଭିନ୍ନ ପ୍ରତିଯୋଗିତା ସହିତ ସମାଜର ମହିଳାମାନଙ୍କ ମଧ୍ୟରେ ଶଙ୍ଖଫୁଙ୍କା, ହୁଳହୁଳି ଓ ଝୋଟିପକା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥି ନିମନ୍ତେ ବିଭିନ୍ନ କମିଟିମାନ ଗଠନ କରାଯାଇଥିଲା । ଏ ବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଧାରୀମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯିବାକୁ ଉକ୍ତ ବୈଠକରେ ନିଷ୍ପତ୍ତିର ନିଆଯାଇଥିଲା । ସର୍ବପ୍ରଥମେ ଇଷ୍ଟ ଦେବୀ ମା’ ନାରାୟଣୀଙ୍କ ସ୍ତୁତି ପାଠ କରି ବୈଠକ ଆରମ୍ଭ ହୋଇଥିଲା । ଏହି ଅବସରରେ କାର୍ଯ୍ୟକାରୀ କମିଟିର ଉପଦେଷ୍ଠା ବାବାନାଥ ପରିଡା ସମେତ ସର୍ବଶ୍ରୀ ବାବୁଲା ନାହାକ, ସୁଶାନ୍ତ ପ୍ରଧାନ, ଅନ୍ତର୍ଯ୍ୟାମୀ ପରିଡା, ହେଲେନ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ସୁବାଷିନୀ ପରିଡା, ପର୍ଶୁରାମ ସ୍ୱାଇଁ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.