ବ୍ଲକସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଷ୍ଟା ରାଉରକେଲା ସିଟି ଜୋନ୍ ତରଫରୁ ବ୍ଲକସ୍ତରୀୟ ଶିଶୁ ଉତ୍ସବ ସେକ୍ଟର ୧ସ୍ଥିତ ନୀଳମାଧବ ବିଦ୍ୟାପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶିଶିର ପାଣିଙ୍କ ସଭାପତିତ୍ୱ ଓ ସିଟି ଜୋନ୍ ସମ୍ପାଦକ ଅରୁଣ କୁମାର ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସଦସ୍ୟ ବ୍ରଜେନ୍ଦ୍ର ଦାଶ, ଜିଲ୍ଲା ସଭାପତି ବିଭିଷଣ ବାରିକ, ସହ ସମ୍ପାଦକ ମୀନକେତନ ମହାପାତ୍ର, ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିତ୍ୟାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଶୀର୍ଷକ ‘ଶିଶୁ ହସିଲେ ଦୁନିଆ ହସେ’ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ସର୍ଜନାଶୀଳତା ଓ ପ୍ରତିଭା ବିକଶିତ କରିବା ପାଇଁ ଏହା ଏକ ଉଚିତ ଓ ସୁନ୍ଦର କାର୍ଯ୍ୟକ୍ରମ । ସେହିପରି ପ୍ରତିଯୋଗିତା ମନନ ହେବା ସହ ପରିଶ୍ରମ ଓ ଗୁରୁଜନ ତଥା ଗୁରୁଜୀମାନଙ୍କ ପ୍ରତି ପ୍ରତିବଦ୍ଧତା ରଖିବାକୁ ଆହ୍ୱାନ ଦେଇଥିଲେ । ବିଭିନ୍ନ ଗଳ୍ପର ଉଦାହରଣ ଦେଇ ଉତ୍ତମ ଛାତ୍ର ହେବାପାଇଁ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଲେ ଯେ ପରାଜୟକୁ ସ୍ୱୀକାର କରିବା ହେଉଛି ବଡ ବିଫଳତା । ଏଥିପାଇଁ ପରାଜୟରୁ ଶିକ୍ଷା ଲାଭ କରି ସଫଳତା ଆଣିବା ହିଁ ଜୀବନର ସଫଳତା ବୋଲି ସେ ମତ ରଖିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ତର୍କ, କଣ୍ଠ ସଂଗୀତ, ଚିତ୍ରାଙ୍କନ, ଆବୃତ୍ତି, ଉଚ୍ଚାରଣ ଓ ଧ୍ୱିନି, ଗଳ୍ପ ଲିଖନ, କବିତା ରଚନା, ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣ ଜ୍ଞାନ ଓ କୁଇଜ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସୂଚନାଯୋଗ୍ୟ ଯେ ଏଠାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ଓ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଅତିଥି ଭାବେ ରମାକାନ୍ତ ମଲ୍ଲିକ ଓ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଛାତ୍ରଛାତ୍ରୀ ହେବା ସହ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ଅନୁଷ୍ଠାନ ପ୍ରଚେଷ୍ଟା କରୁଥିବାରୁ ସାଧୁବାଦ ଦେଇଥିଲେ । ଏହି ଅବସରରେ ଶିକ୍ଷୟିତ୍ରୀ କବିତା ରଥ, ଶିକ୍ଷକ କିଶୋରୀ ମୋହନ ପଣ୍ଡା ଓ ବିକାଶ ଚନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ମେରୀ ସାହୁ ଓ ନୀଳମାଧବ ବିଦ୍ୟାପୀଠର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ସର୍ବଶ୍ରୀ ମଦନ ମୋହନ ଆରୁଖ, ପ୍ରଫୁଲ୍ଲ ପ୍ରଧାନ, ପ୍ରଫୁଲ୍ଲ ସ୍ୱାଇଁ, ସୁଶାନ୍ତ କୁମାର ସିଂହ, କମଳାକାନ୍ତ ରାଉତ, ଅମୂଲ୍ୟ ସାମଲ, ପ୍ରତାପ ପ୍ରଧାନ, ରଞ୍ଜନ ସାମଲ, ହିମାଦ୍ରୀ ମହନ୍ତ, କୁଞ୍ଜବିହାରୀ ରାଉତ, ପ୍ରଶାନ୍ତ ବେହେରା, ଶରତ ସାହୁ, ରତ୍ନାକର ଦାସ, ଇନାର ଖାନ୍, ବିପିନ ସାମନ୍ତସିଂହାର, ରମେଶ ଗୌଡ, ବିଜୟ ଦାସ, ପ୍ରମୋଦ ମହାନ୍ତି, ଶିଶିର ସାମଲ, ରତନ ଦୀକ୍ଷିତ, ଆଦିତ୍ୟ ନାୟକ, ପଦ୍ମଲୋଚନ ପଣ୍ଡା, ହୃଷିକେଶ ନାୟକ, ମଙ୍ଗୁଳିଚରଣ ମହନ୍ତ, ମଧୁସୂଦନ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.