ବନ ବିଭାଗ ତରଫରୁ ଡ଼ଲ୍‌ଫିନ୍‌ ଗଣନା ନେଇ ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ସମୁଦ୍ର ଓ ନଦୀର ମିଳନ ଋଷିକୁଲ୍ୟା ମୁହାଁଣରେ ଡ଼ଲ୍‌ଫିନ୍‌ ବହୁଳ ଭାବେ ଦେଖାଯାଇଥାଏ । ଯାହାକୁ ନେଇ ଜାନୁୟାରୀ ୨୦, ୨୧ ଓ ୨୨ ତାରିଖ ଏହି ତିନିଦିନ ଋଷିକୁଲ୍ୟା ମୁହାଁଣରେ ବନ ବିଭାଗ ତରଫରୁ ଡ଼ଲ୍‌ଫିନ୍‌ ଗଣନା କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ବନ ବିଭାଗର ଇଣ୍ଟରପିଟିସନ ସେଣ୍ଟରଠାରେ ଡ଼ଲ୍‌ଫିନ୍‌ ଗଣନାକୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଆର୍‌ସିସିଏଫ୍‌ ସଞ୍ଜୟ କୁମାର ସ୍ୱାଇଁ, ଡିଏଫ୍‌ଓ ସନି ଖୋଖର, ଏସିଏଫ୍‌ ପ୍ରଭାକର ନାୟକ ପ୍ରମୁଖ ବନ ବିଭଗୀୟ ଅଧିକାରୀ ଯୋଗଦେଇ ଥିଲେ । ଗଣନାର ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବ୍ରହ୍ମପୁର ଓ ଖଲ୍ଲିକୋଟର ସମସ୍ତ ବନରକ୍ଷୀ, ବନପାଳ, ଓ ରେଞ୍ଜର ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ ।

Leave A Reply

Your email address will not be published.