csstore

ଶିକ୍ଷକ ନିଯୁକ୍ତି ଦାବି ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଶିକ୍ଷକ ନିଯୁକ୍ତି ଦାବି ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ପାଟଣାଗଡ଼ ବ୍ଲକ ଗଇଲପିଟା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୭୪ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦୁଇଜଣ ଶିକ୍ଷୟିତ୍ରୀ ଥିବାରୁ ପାଠପଢ଼ା ଠିକ୍‌ ସେ ହେଉନଥିବା ନେଇ ବାରମ୍ବାର ପାଟଣାଗଡ ବିଇଓଙ୍କୁ ଶିକ୍ଷକ ନିଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ସ୍କୁଲ ଗେଟରେ ତାଲାଦେଇ ବାହାରେ ଧାରଣାରେ ବସି ରହିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ । ଶିକ୍ଷକ ନିଯୁକ୍ତ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଥିବା ବେଳେ ବିଇଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

https://fb.watch/o_NndC_pBw/

jayashree
Leave A Reply

Your email address will not be published.