ସାଂସ୍କୃତିକ କାର୍ଯ୍ୟକ୍ରମ ଭରାରେ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ସମାରୋହ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କ୍ରୀଡ଼ା ଏବଂ ଉଚ୍ଚ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ରେ ନୂଆ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦ୍‌ଘାଟନ ହୋଇଯାଇଛି । ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର କ୍ରୀଡା ସମାରୋହ ବୁଧବାର ପୂର୍ବାହ୍ନରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଏବଂ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନ୍‌ଏସି ୧୦ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜି ବାବୁ, ଛତ୍ରପୁର ପ୍ରେସ କ୍ଳବ ସଭାପତି ରବିନ୍ଦ୍ର ନାଥ ପଣ୍ଡା, ସମ୍ପାଦକ ସରୋଜ ସାମଲ, କୋଷାଧ୍ୟକ୍ଷ କେ.ସତ୍ୟନାରାୟଣ ରେଡ୍ଡୀ, ଉପ-ସଭାପତି ସନ୍ତୋଷ ମିଶ୍ର, ପ୍ରେସ କ୍ଲବ ସଂଗଠନ ସଦସ୍ୟ ସୁଧୀର ନାହାକ ପ୍ରମୁଖ ଯୋଗଦେଇ କଲେଜ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟ ସଞ୍ଚାଳକ ମଣ୍ଡଳ ପକ୍ଷରୁ ଅଧ୍ୟାପିକା ବିଦୁତପ୍ରଭା ଦାସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁମିତା ମିଶ୍ର ସଭାକୁ ପରିଚାଳନା କରିଥିଲେ । ଅଧ୍ୟାପିକା ଡ. ଯାଜ୍ଞସେନୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ଆରମ୍ଭ ହେବା ଘୋଷଣା କରିଥିଲେ ଏବଂ କବିତା ସାହୁ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା ଓ କର୍ମଚାରୀ ଦୀପ୍ତିନନ୍ଦ, ଅଞ୍ଜଳି ସେଠୀ, ଡ. ସୁଜାତା ବେହେରା, ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସାମନ୍ତରାୟ, ଏମ୍‌. ଜନାର୍ଦ୍ଧନ ରେଡ୍ଡୀ, ବି.ଏଲେୟା ରେଡ୍ଡୀ ଏବଂ ପି. ନାଗମା ସକ୍ରିୟ ସହଯୋଗ କରିଥିଲେ । ଏହି କ୍ରୀଡା କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରର କ୍ରୀଡା ଶିକ୍ଷକ ଚତୁର୍ଭୂଜ ତ୍ରିପାଠୀ ଏବଂ ସୁକାନ୍ତ ସାହୁ ପରିଚାଳନା ଦାୟିତ୍ୱ ନିର୍ବାହ କରିଛନ୍ତି । ଉଦ୍‌ଘାଟନୀ ଦିବସର କାର୍ଯ୍ୟକ୍ରମ ଶେଷରେ କଲେଜ ସଂଚାଳକ ସଭାପତି ଅଶ୍ଵିନୀ କୁମାର ସିଂ, ଆନ୍ତର୍ଜାତୀୟ ବଡ଼ି ବିଲ୍ଡର ବଳାଲ୍ ଖାଁ ଏବଂ ପାରା ଅଲିମ୍ପିଆନ୍‌ ଭି. ରମେଶ ରାଓ ଉପସ୍ଥିତ ରହି କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.