ସପ୍ତମ ଏସ୍‌ଏସ୍‌ଏଚ୍‌ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁଇଡିହି ସ୍ଥିତ ଜ୍ୟୋତି କ୍ଲବ ଦ୍ଵାରା ସପ୍ତମ ଆମନ୍ତ୍ରଣ ଏସ୍‌ଏସ୍‌ଏଚ୍‌ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନା ପର୍ବତ ଓରାମଟୋଲା ଫୁଟବଲ ପଡ଼ିଆଠାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବର ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି, ଲାଠିକଟା ମଣ୍ଡଳର ବିଜେପି ସଭାପତି ଅମ୍ରତଲାଲ ଓରାମ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ଅବିନାଶ ଜେନା, ପ୍ରଶାନ୍ତ କୋଠ, ସରପଞ୍ଚ ଅରୁଣାରାଣୀ କିଶାନ, ଭାରତୀ ମୁଣ୍ଡାରୀ, ସୁଧୀର ହରିଚନ୍ଦନ, ଅଭିଶେକ ପ୍ରଧାନ, ସୋନିଆ ପୂରନ, ପେଡିଆ ଟପ୍ପୋ, ଧନୁ ପୂରନ, ଚନ୍ଦ୍ରମଣି ନାୟକ, ବୁଢା ପୂରନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦଥିଲେ । ସଭାପତି ଗୋପାଳ ଚନ୍ଦ୍ର ନାୟକଙ୍କ ସଭାପତିବ ଓ ସମ୍ପାଦକ ବୈଶାଖୁ ମୁଣ୍ଡାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଓ ଅନ୍ୟ ଅତିଥିମାନେ ଏହି କ୍ରୀଡାକୁ ଉଦ୍‌ଘାଟନ କରି କ୍ରୀଡା ହିଁ ଭାଇଚାରା ସୃଷ୍ଟି କରିବା ସହ ସମାଜରେ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ସୃଷ୍ଟି କରେ ବୋଲି କହିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚରେ ଜଲଦାର ୟୁନାଇଟେଡ଼ ସ୍ପୋର୍ଟସ୍‌ କ୍ଲବ ଓ ଟିମ୍‌ ଜୋର୍‌ର ରାଧାଶ୍ୟାମ କ୍ଲବ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ୟୁନାଇଟେଡ଼ କ୍ଲବ ୪-୩ ଗୋଲରେ ବିଜୟୀ ହୋଇ ଅତିଥିଙ୍କଠାରୁ ୩୫ହଜାର ନଗଦ ଅର୍ଥ ସହ ଟ୍ରଫି ହାସଲ କରିଥିଲେ । ରନର୍ସ ଅପ୍ ଦଳକୁ ନଗଦ ୨୫ହଜାର ନଗଦ ଅର୍ଥ ସହ ଟ୍ରଫି, ତୃତୀୟ ଓ ଚତୁର୍ଥ ଦଳକୁ ୬ହଜାର ନଗଦ ଅର୍ଥ ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳୀ ଭାବେ ଜଲଦା ଟିମ୍‌ର ପ୍ରତାପ ତିର୍କି, ବେଷ୍ଟ ସ୍କୋରର ଭାବେ ପରମେଶ୍ୱର ତିର୍କି ଓ ସୁଇଡିହି ଟିମ୍‌ର ଗୌତମ ପୁରନଙ୍କୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାକୁ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଉପଭୋଗ କରିଥିଲେ ।

Leave A Reply

Your email address will not be published.