csstore

ବଲାଙ୍ଗିରଠାରେ ଜାତୀୟସ୍ତର ମଡେଲର୍‌ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟସ୍ତର ପ୍ରତିଯୋଗିତା ଇଣ୍ଡିଆ ପପୁଲାର ମଡେଲର୍‌ ପ୍ରଥମ ସେମିଫାଇନାଲ ଅଡିସନ ରାଉଣ୍ଡ ବଲାଙ୍ଗିର ସ୍ଥିତ ଲଭ କୋଇସେନ କେଫେ ରମେଶ୍ୱର ଗାର୍ଡେନ ଗଇଁତଲା ଛକ ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାରୁ ବହୁତ ପ୍ରତିଯୋଗୀ ଅଡିସନ ଦେଇ ନିଜର ପ୍ରତିଭା ଦେଖାଇଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ, ଅବସରପ୍ରାପ୍ତ ଅତିରିକ୍ତ ଏସ୍‌ପି ହେମସାଗର ନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ଡୁଙ୍ଗରିପାଲି ଜୋନ ୨ର ପୂର୍ଣ୍ଣିମା ବାରିକ, ସମାଜସେବୀ ଗୋବିନ୍ଦ ଚନ୍ଦ୍ର ବାରିକ, ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ ଯୋଗଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଓଡିଶା ସମ୍ବଲପୁରୀ କୁଇନ ବିଜେତା ୨୦୨୧, ମାୟରା ମିସେସ୍‌ ଇଣ୍ଡିଆ ବିଜେତା ୨୦୨୨, ମିସେସ ଓଡିଶା ଫାଷ୍ଟ ଉପ ବିଜେତା ୨୦୨୨ ଶ୍ରୀୟା ରଞ୍ଜନ, ମିସ୍‌ ଓଡ଼ିଆ ମଡେଲ ତଥା ଅଭିନେତ୍ରୀ ଜ୍ୟୋତିର୍ମୟୀ କର, ମିସେସ୍‌ ଇଣ୍ଡିଆ ନୟନତାରା ବିଜେତା ୨୦୨୩ ସସ୍ମିତା ଜେନା, ଅଭିନେତା, ନୃତ୍ୟ ଗୁରୁ, ଫେସନ ଡିଜାଇନର ଜାହାଙ୍ଗୀର ଷ୍ଟାର ଜୁରୀ ଭାବରେ ଦାୟିତ୍ୱ ତୁଳାଇଥିଲେ । ପପୁଲାର ମଡେଲର୍‌ ଓଡିଶା ସଂଯୋଜକ ଅଜୟ କୁମାର ନାଗ, ଯୁବ ସଙ୍ଗଠକ ସନ୍ଦୀପ ବାଗ ଓ ବିୟୁଟିସିଆନ ତଥା ମେକଅପ ଆର୍ଟିଷ୍ଟ ରୁପା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରିୟାଂଶି ଦାସ ଅତିଥି ପରିଚୟ ଦେଇଥିବା ବେଳେ ବିଶେଷ ସହଯୋଗ ପ୍ରଶାନ୍ତ ଦାସ କରିଥିଲେ ।

jayashree
Leave A Reply

Your email address will not be published.