ରେଙ୍ଗାଲିରେ ରାବଣ ଦରବାର ଉଦ୍‌ଘାଟିତ : ଦ୍ୱିତୀୟ ଦିନରେ ସୀତା ସ୍ୱୟଂମ୍ବର ନାଟକ ମଞ୍ଚସ୍ଥ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା, ବ୍ଲକ ରେଙ୍ଗାଲିଠାରେ ଜୟ ଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ୨ ବର୍ଷ ଉପଲକ୍ଷେ ରାବଣ ଦରବାର ଆୟୋଜିତ ହୋଇଯାଇଛି । ଏହି ଦରବାରରେ ନାଟକ ସୀତା ସ୍ୱୟଂମ୍ବର ମଞ୍ଚସ୍ଥ ହୋଇଥିଲା । ଏହି ଉତ୍ସବରେ ସଇଁତଲା, ବ୍ଲକ ସାମ୍ବାଦିକ ପ୍ରମୋଦ କୁମାର ସେଲମା, ତରୁଣ ବେହେରା, ନାରାୟଣ ସାହୁ, ଅବିନାଶ ନନ୍ଦ ଓ ରଞ୍ଜନ ବାଗ ପ୍ରମୁଖ ଯୋଗଦାନ କରିଥିଲେ । ଏ ଅବସରରେ ସାମ୍ବାଦିକମାନଙ୍କୁ କମିଟି ତରଫରୁ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ । ଉକ୍ତ ସଭାରେ କମିଟି ସଭାପତି ଶ୍ରୀକୃଷ୍ଣ ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ସଦସ୍ୟ କୌତୁକ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବ ୮୪ ଘର ଅଘରିଆ ସମାଜ ଜିଲ୍ଲା ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, ଭାଳେର ମଣ୍ଡଲ ସଭାପତି ରାଜ କିଶୋର ନାଏକ, ମହେନ୍ଦ୍ର ପଟେଲ, ଭାଗବତ ପ୍ରସାଦ ପଟେଲ, ପଞ୍ଚୁ ପଟେଲ ଓ ପ୍ରମୋଦ ପଟେଲ ପ୍ରମୁଖ ଯୋଗଦାନ କରି ରାବଣ ଦରବାରଙ୍କୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ମିନାବଜାର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଲାଗିଛି । ଏହି ଦରବାର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜିତ କମିଟି ସୂତ୍ରରୁ ଜଣାପଡିଛି । ଏଥିରେ ଗୋପୀନାଥ, ନିତାଇ, ରାଜ କୁମାର, ସର୍ଜନ, ବାଳକୃଷ୍ଣ, ଜଗତ, ଚନ୍ଦନ, ରଘୁନାଥ, ସ୍ୱାଗତ, ପିଣ୍ଟୁଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଗ କରିଥିଲେ ।

Leave A Reply

Your email address will not be published.