ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଏକାଦଶ ସନ୍ଧ୍ୟା : ସଂକଳ୍ପ ତରଫରୁ ନାଟକ ଭଲ ପାଇବାର ରଙ୍ଗ ମଞ୍ଚସ୍ଥ

ରାଉରକେଲା, (ସସ୍ମତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଏକାଦଶ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ସଂକଳ୍ପ ତରଫରୁ ନାଟକ ଭଲ ପାଇବାର ରଙ୍ଗ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଦିଲ୍ଲୀଶ୍ୱର ମହାରଣା ରଚନା , ନିର୍ଦ୍ଦେଶକ କୁଞ୍ଜନଲାଲ ବୋଷ ନିର୍ଦ୍ଦେଶନା ଓ ପ୍ରକାଶ ସାହାଣୀ ସହ ନିର୍ଦ୍ଦେଶନା ଦେଇଥିଲେ । ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଶ୍ୟାମସୁନ୍ଦର ପଟ୍ଟନାୟକ, ସହଯୋଗୀ ଭାବେ ଲକ୍ଷ୍ମୀକାନ୍ତ ଦୋରା ଓ କଣ୍ଠଦାନ ଇତି ପଟ୍ଟନାୟକ ଦେଇଥିବା ବେଳେ ମଞ୍ଚ ପରିକଳ୍ପନା ପ୍ରବୀର କୁମାର ଜେନା, ପ୍ରଳୟ ଶତପଥୀ ମଞ୍ଚସଜ୍ଜା ଦାୟିତ୍ଵ ତୁଲାଇଥିଲେ । ନାଟକରେ ସରୋଜ ଚନ୍ଦ୍ର କବି, ବାସୁଦେବ ଷଡ଼ଙ୍ଗୀ, ମନୋଜ ନାୟକ, ପ୍ରବୀର ଜେନା, ରମେଶ ଚନ୍ଦ୍ର ସେଠୀ, ମମତାଞ୍ଜଳୀ ଦାସ ପ୍ରମୁଖ ଅଭିନୟ କରିଥିଲେ । ନାଟକର ବିଷୟ ବସ୍ତୁ ହେଲା ଯୁଗେ ଯୁଗେ ପ୍ରେମ ଚିରନ୍ତନ, ଶାଶ୍ୱତ, ଏହା ଇଶ୍ଵରଙ୍କ ଅବଦାନ । ପ୍ରେମ ବିନା ଜୀବନର କିଛି ମାନେ ନଥାଏ । ଜୀବନ ବ୍ୟସ୍ତ ବିବ୍ରତ ହୋଇପଡ଼େ । ନିଜକୁ ଘୃଣା କରୁକରୁ ସେ ଉଦାସ ହୋଇପଡେ । କିନ୍ତୁ ଜୀବନଟା ସେୟା ନୁହେଁ, ସାହସର ସହିତ ସମସ୍ୟାର ସମ୍ମୁଖୀନ ହୋଇ ଜୀବନ ଦୌଡର ପ୍ରତିଯୋଗିତାରେ ଯିଏ ପ୍ରଥମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚେ, ସେ ସଫଳ ହୋଇପାରେ । କିନ୍ତୁ ଯିଏ ଅଧା ବାଟରେ ପଡି ମଧ୍ୟ ପୁଣି ଉଠି ଦୌଡିବାକୁ ଆରମ୍ଭ କରେ ସେ ନାୟକ ହେବାର ଗୌରବ ଲାଭ କରେ । ଜୀବନ ପ୍ରତି ବୀତସ୍ପୃହ ହୋଇପଡିଥିବା ଅଧ୍ୟାପକ ଶୁଭେନ୍ଦୁଙ୍କ ଜୀବନରେ ଭଲ ପାଇବାର ବନ୍ୟା ଆସିଲାକି ? ହେଲେ କିଏ ସେହି ବନ୍ୟା ? ଦୁଇ କୂଳ ଲଙ୍ଘି ସମସ୍ତଙ୍କୁ ଭସାଇନେଲା । ଅଧ୍ୟାପକ ଜଣେ ସଫଳ ନାୟକ ହୋଇପାରିଛନ୍ତି କି? କୁ ନେଇ ନାଟକଟି ଗତିଶୀଳ ହୋଇଛି । ଆଜିର ଏହି ନାଟକରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଜୀବନ ବୀମା ନିଗମର ପ୍ରବନ୍ଧକ ଶରତ କୁମାର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଯୋଗଦେଇ ଥିଲେ । ଉଦ୍‌ଘାଟକ ଶ୍ରୀ ପଣ୍ଡା କହିଲେ ଯେ ଜୀବନର ପ୍ରକୃତ ପ୍ରତିଫଳନ ନାଟକରେ ଥାଏ । ସାହିତ୍ୟ, ସଂସ୍କୃତି ଓ ସଭ୍ୟତା ଏହି ନାଟକରୁ ସୃଷ୍ଟି ହୋଇଥାଏ । ସମ୍ମାନିତ ଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ନାଟ୍ୟ ଧାରାକୁ ବଞ୍ଚାଇ ରଖିବା ପାଇଁ ଉତ୍ତର ପିଢ଼ି ସୃଷ୍ଟି ହେବା ଆବଶ୍ୟକ । ସମ୍ପ୍ରତି ଡିଜିଟାଲ ଯୁଗରେ ନାଟକ ମଞ୍ଚସ୍ଥ ଯଥେଷ୍ଟ ଗୁରୁତ୍ୱ ବହନ କରେ । ଏକତ୍ର ତରଫରୁ ସଦସ୍ୟ ପ୍ରଦୀପ ପଣ୍ଡା ସଭାରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଓ ସଦସ୍ୟ ବିଭୁ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭାପତି ରାଜୀବ ପାଣି, ସମ୍ପାଦକ ସୁଦେଶ ନାୟକ, କୃପାସିନ୍ଧୁ ନାୟକ, ଶରତ ଚନ୍ଦ୍ର ଧଳ, ଆଲୋକ ବୋଷ, ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ , ବିଷ୍ଣୁ ମହାନ୍ତି, ସରୋଜ ରାଉତରାୟ, ସନ୍ତୋଷ ଅଗ୍ରୱାଲ, ଶରତ ଦାସ, ଅକ୍ଷୟ ଧଳ, ପ୍ରଜ୍ଞାନନ୍ଦ ମହାନ୍ତି, ମ‌ହେନ୍ଦ୍ର ପଟ୍ଟନାୟକ, ହେମନ୍ତ ପଟ୍ଟନାୟକ, ବିମାନ ମାଇତି, ବସନ୍ତ ନାୟକ, ଉମାକାନ୍ତ ବିଶୋଇ, ପ୍ରଶାନ୍ତ ପତି, ଅକ୍ଷୟ ସାମଲ, ସୁରେନ୍ଦ୍ର ପାଢ଼ୀ, ବିମାନ ମାଇତି, ଶର୍ମିଷ୍ଠା କବିଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରିୟରଞ୍ଜନ ରାଉତ, ଦିବ୍ୟେନ୍ଦୁ କୁଣ୍ଡୁ, ବସନ୍ତ ଦାସ, ପ୍ରବୀର ମିଶ୍ର, ପ୍ରମିଳା ଜେନା, ବଟକୃଷ୍ଣ ଶତପଥୀ, ପର୍ଶୁରାମ ପଟ୍ଟନାୟକ, ରାନୁ ମହାପାତ୍ର, ଦିପ୍ତି ରଞ୍ଜନ ବାରିକ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ବ୍ୟବସ୍ଥାପକ ଭାବେ ମଞ୍ଜୁ ମୁଖାର୍ଜୀ, ସଭାପତି ଡ଼ଃ କିଶୋରୀ ଦାଶ ଓ ଅକ୍ଷୟ କୁମାର ଧଳ ପରିଚାଳକ ଓ ରୂପସଜ୍ଜାରେ ହରିହର ବଳ ଦାୟିତ୍ୱ ତୁଲାଇଥିଲେ । ଶୁଭଶ୍ରୀ ଦାଶ ମଞ୍ଚ ସଂଯୋଜନା କରିଥିବା ବେଳେ ଶବ୍ଦ ଓ ଆଲୋକରେ ସାନୁ ଶ୍ରୀଲାଇଟ୍ସ ତଥା କନକଲତା ଦାସ ଓ କଲ୍ୟାଣୀ ଦାସ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.