oom

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ : ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସାଧାରଣ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହା ପରେ ଆୟ ବ୍ୟୟର ଉପସ୍ଥାପନ କରିଥିଲେ । ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ଡା. ଦେବଦତ୍ତ ମିଶ୍ର, ରାଧାକାନ୍ତ ସେଠ ଏବଂ ପୂର୍ଣ୍ଣଚନ୍ଦ୍ର ପଟେଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ନୂତନ ସଭ୍ୟ ନିଜର ପରିଚୟ ପ୍ରଦାନ କରିଥିଲେ । ଆଜିକାର ସଭାରେ ହରେକୃଷ୍ଣ ପଟେଲ, ପ୍ରାଣ ବଲ୍ଲଭ ତ୍ରିପାଠୀ, କୃଷ୍ଣଚନ୍ଦ୍ର ମହାକୁର, ପ୍ରଶନ୍ନ କୁମାର ମିଶ୍ର, ନିମାଇଁ ଚରଣ ମେହେର, ମହାଦେବ ତୁମୁନିଆ, ପୂର୍ଣ୍ଣଚନ୍ଦ୍ର ଦାସ, ଲୋକନାଥ ନେପାକ, ଡା. ଦେବଦତ୍ତ ମିଶ୍ର, ଡା. ରାଧାକାନ୍ତ ସେଠ, ଗୋପବନ୍ଧୁ ପୁରୋହିତ, ପୂର୍ଣ୍ଣଚନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସଭ୍ୟ ଲୋକନାଥ ନେପାକ ଫ୍ରି ମେଡିକାଲ ପରୀକ୍ଷା କାର୍ଯ୍ୟକ୍ରମ କରାଇବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହି ବିଷୟରେ ଆଲୋଚନା କରାଯାଇ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ସହିତ ସାକ୍ଷାତ କରି ଦିନ ଧାର୍ଯ୍ୟ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅନ୍ୟତମ ବରିଷ୍ଠ ସଭ୍ୟ ଶ୍ରୀ ସେଠ ଡିପିଆର୍‌ଓ ବଲାଙ୍ଗିରଙ୍କ ସାକ୍ଷାତ କରି ଏହି ସଂଘ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଏକ ଅନୁରୋଧ ପତ୍ର ସହିତ ଅଧିକାରୀଙ୍କୁ ସଭାପତି ଏବଂ ସଂପାଦକ ଭେଟିବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପୂର୍ଣ୍ଣଚନ୍ଦ୍ର ପଟେଲ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମେଡିକାଲ ଏଲାଉନ୍ସ ପ୍ରଦାନ ସମ୍ବନ୍ଧରେ ପ୍ରସ୍ତାବ ଆଗତ କରିଥିଲେ । ଆସନ୍ତା ୨୦୨୪ ନୂତନ ବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ ବିଷୟରେ ଆଲୋଚନା କରାଯାଇ ଆସନ୍ତା ମାସ ୬ ତାରିଖ ଦିନ ଧାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପରିଶେଷରେ ନିମାଇଁ ଚରଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.