csstore

ଆନ୍ତର୍ଜାତୀୟ ମାନବିକ ଅଧିକାର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ସାଂସ୍କୃତିକ ସଂଗଠନ ବଲାଙ୍ଗିର ଦ୍ୱାରା ମାନବିକ ଅଧିକାର ଦିବସ ଏବଂ ବାବା ସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଲୋଇସିଂହା ଆଦିବାସୀ ଭବନଠାରେ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ସଂପାଦକ ଶଙ୍କର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଯୁବ ସାମାଜିକ କର୍ମୀ ଆକବର ଖାନ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମସାଗର ନନ୍ଦ ସ୍ୱତନ୍ତ୍ର ଅତିଥି, ଗଣ୍ଡା ବଜାର ସଂପାଦକ ତ୍ରିଲୋଚନନ୍ଦ ନନ୍ଦ ମୁଖ୍ୟବକ୍ତା, ସ୍ୱେଚ୍ଛାସେବୀ ସଂଗଠିକା ନଳିନୀ ଜାଲ ଏବଂ ସାମାଜିକ କର୍ମୀ ସୁଷମା ବଏ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ବିଧାନକୁ ଜାଣିଲେ ହିଁ ଅଧିକାର ଜାଣିପାରିବେ, ଅଧିକାର ଜାଣିଲେ ଲଢେଇ କରିପାରିବେ, ନିଜର ହକ୍‌ ହାସଲ ହେବ, ସମାଜ ସୁଦୃଢ ହେବ, ଗଣତନ୍ତ୍ର ସୁଦୃଢ ହେବ । ଏଥିପାଇଁ ବିରାଟ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସମ୍ବିଧାନର ସୁରକ୍ଷା ହିଁ ବାବା ସାହେବଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି, ମହିଳାଙ୍କ ଅଧିକାର ହିଁ ତାଙ୍କ ସ୍ୱପ୍ନ । ଏହି କାର୍ଯ୍ୟକ୍ରମରେ ପ୍ରକାଶ ମହାକୁର, ଅନନ୍ତ ସିକା, ସଂଜିବ ମୁନା, ସଂଜିବ ଦୀପ, ସନ୍ତୋଷ ନନ୍ଦ, ଦ୍ରୋପଦି ବାଗ, ଉର୍ମିଲା ମହାନନ୍ଦ, ବାସନ୍ତି ଦୀପ, ଇଶ୍ୱର ନାଗ, ଶିବ ନନ୍ଦ, କୁନୁ ଦୀପ, ରାଜିବ ମହାନନ୍ଦ, ଶୁଶିଲ ତାଣ୍ଡି, ସନ୍ତୋଷ କୁମ୍ଭାର, ଶତାଧିକ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ । ଯୁବ ଆମ୍ବେଦକରବାଦୀ ନଳିନୀ ଦୀପ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.