“ହବସ” ଚଳଚ୍ଚିତ୍ରକୁ ପାଞ୍ଚଟି ବିଭାଗରେ ଶ୍ରେଷ୍ଠ ମାନ୍ୟତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିଆର ଇଣ୍ଟରନେସନାଲ ଫିଲ୍ମ ପ୍ରଡକ୍ସନ୍‌ ଓ ଲେନ୍ସ ଫେମ୍‌ ଇଣ୍ଟରନେସ୍‌ନାଲ ଫିଲ୍ମ ଫେଷ୍ଟିଭାଲ -୨୦୨୩, ମୁମ୍ବାଇ (ମହାରାଷ୍ଟ୍ର)ର ମିଳିତ ଆୟୋଜନରେ ହୋଇଥିବା ଆନ୍ତର୍ଜାତୀୟ ଚଳଚିତ୍ର ସମାରୋହରେ ପରଭାଫୋକ୍‌ ଅନୁଷ୍ଠାନ, କୁଟେନପାଲି, ବଲାଙ୍ଗିର ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ କରିଥିବା ନିସାର ଅହମ୍ମଦ ନିସାରଙ୍କ ରଚିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର “ହବସ୍” କୁ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ୫ଟି ପୁରସ୍କାର ପ୍ରାପ୍ତ ହୋଇଛି । ଏହି ଅନୁକ୍ରମରେ ଶ୍ରେଷ୍ଠ ସାମାଜିକ ବାର୍ତ୍ତା ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସୁସ୍ମିତା ସ୍ୱାଇଁ, ଶ୍ରେଷ୍ଠ ସିନେମାଟୋଗ୍ରାଫର (ଡି.ଓ.ପି )ଭାବେ କିର୍ତ୍ତିଚନ୍ଦ୍ର ଗହୀର, ଶ୍ରେଷ୍ଠ ପ୍ରଡକ୍ସନ ଓ ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାତା ପାଇଁ ନିସାର ଅହମ୍ମଦ ନିସାରଙ୍କୁ ପୁରସ୍କୃତ କରାଯାଇଅଛି ।

Leave A Reply

Your email address will not be published.

error: Content is protected !!