୧୧ କେଭି ଭୂତଳ ବିଦ୍ୟୁତ କେବୁଲ କାର୍ଯ୍ୟକ୍ଷମ

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଐତିହାସିକ ପ୍ରକଳ୍ପ ସମଲେଇ ଯୋଜନା ଅଧିନରେ କମଳି ବଜାରଠାରୁ ବଡବଜାର ଏବଂ ମାଁ ସମଲେଶ୍ୱରୀ ମନ୍ଦିର ପାଶ୍ୱ ଦେଇ ଭୂତଳ ୧୧ କେଭି ବିଦ୍ୟୁତ କେବୁଲକୁ କାର୍ଯ୍ୟକ୍ଷମ କରାଯାଇଛି । ଏହି ବିଦ୍ୟୁତ କେବୁଲ (ତାର)ରେ ବିଦ୍ୟୁତ ଶକ୍ତି ପ୍ରବାହିତ ଇତି ମଧ୍ୟରେ କରି ଦିଆଯାଇଛି ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ପ୍ରଚଳିତ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ବିନିମୟ (ସୁରକ୍ଷା ଓ ବିଦ୍ୟୁତ ଯୋଗାଣ ସମ୍ବନ୍ଧୀୟ) ୨୦୧୦ ଏବଂ ଭାରତୀୟ ବିଦ୍ୟୁତ ଧାରା ୧୯୫୬ ଅନୁଯାୟୀ ବିନା ଅନୁମତିରେ ଭୂତଳ ବିଦ୍ୟୁତ କେବୁଲ ଉପରେ ମାଟି ଖୋଳିବା, ଘର ତୋଳିବା, ଗଛ ଲଗାଇବା ଇତ୍ୟାଦି ନିଷେଧ ଏବଂ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ । ଏହା ଦ୍ୱାରା ଧନ ଜୀବନ ହାନିର ଯଥେଷ୍ଟ ଆଶଙ୍କା ରହିଛି । ଏଥି ଜନିତ କୌଣସି ଦୁର୍ଘଟଣା ଘଟିଲେ ଟିପିଡବ୍ଲ୍ୟୁଓଡିଏଲ୍‌ କତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.