csstore

ଜି.ବି.ୱାଇ.ଏସ. ରାଏପାଲି ପକ୍ଷରୁ ଦିନିକିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ରତନପୁରକୁ ହରାଇ ରାଏପାଲି ଦଳ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ରାଏପାଲି ଜି.ବି. ୱାଈ.ଏସ କ୍ରିକେଟ କ୍ଳବ୍ ପକ୍ଷରୁ ରବିବାର ଦିନ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରତନପୁର, ରତାଖଣ୍ଡି, ସିନାଖମନ୍, ରାଏପାଲି (ଏ), ଗଡଦ୍ବାର, ଘୁଚିପାଲି, ଜୁର୍ଲାକାନି ଓ ରାଏପାଲି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ସେମିଫାଇନାଲରେ ସିନଖମନକୁ ରତନପୁର ହରାଇଥିଲା। ଦ୍ବିତୀୟ ସେମିଫାଇନାଲରେ ଗଡଦ୍ୱାରକୁ ରାଏପାଲି ଦଳ ହରାଇଥିଲା। ଫାଇନାଲ ମ୍ୟାଚରେ ରତନପୁର ଦଳକୁ ହରାଇ ରାଏପାଲି ଦଳ ଚାମ୍ପିଅନ ହୋଇଥିଲା। ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଅନିଲ ନନ୍ଦଙ୍କୁ ପୁରସ୍କୃତ କରାଯାଇଥିଲା।

jayashree
Leave A Reply

Your email address will not be published.