କଡ଼ା ନିରାପତ୍ତା ମଧ୍ୟରେ ଆୟୋଜିତ ହେଲା ଖ୍ରୀଷ୍ଟିଆନ ଧର୍ମସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲିସର କଡ଼ା ନିରାପତ୍ତା ମଧ୍ୟରେ ପାଳନ ହେଲା ଛତ୍ରପୁରସ୍ଥ ସଂସ୍କୃତି ଭବନରେ ଆୟୋଜିତ ଖ୍ରୀଷ୍ଟିଆନ ଧର୍ମସଭା । ଏହି ଧର୍ମସଭା ସମାବେଶରେ ଗଞ୍ଜାମ, ଗଜପତି, କନ୍ଧମାଳ, ଦାରିଙ୍ଗିବାଡ଼ି, କୋରାପୁଟ, ମାଲକାନାଗିରି, ରାୟଗଡା, ଜି.ଉଦୟଗିରି ଆଦି ଦକ୍ଷିଣ ଓଡ଼ିଶା ପ୍ରାନ୍ତରୁ ବିଭିନ୍ନ ସ୍ଥାନର ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଲୋକ, ସଂଗଠକ ଓ ଧର୍ମଯାଜକମାନଙ୍କର ଛତ୍ରପୁରଠାରେ ବିଶାଳ ସମାବେଶର ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା । ଏହାକୁ ଛତ୍ରପୁରର ଆଞ୍ଚଳିକ ହିନ୍ଦୁ ସଂଗଠନ ତଥା ବଜରଙ୍ଗ ଦଳର ଲୋକ ଓ ନେତ୍ତୃବର୍ଗଙ୍କ ପକ୍ଷରୁ ଏହାକୁ ଘୋର ବିରୋଧ କରାଯାଇଥିଲା । ଆଜି ମଧ୍ୟାହ୍ନ ସୁଦ୍ଧା ଛତ୍ରପୁର ପୋଲିସ ଆଞ୍ଚଳିକ ହିନ୍ଦୁ ସଂଗଠନ ସହ ଆଲୋଚନା କରି କିଛି ଗୋଟାଏ ଆଶୁ ସମାଧାନ କରିଥିବା ଜଣାଯାଏ । କିନ୍ତୁ ପୂର୍ବ-ପ୍ରସ୍ତୁତି ମୁତାବକ ଖ୍ରୀଷ୍ଟିଆନ ଧର୍ମସଭା କାର୍ଯ୍ୟକ୍ରମର ସମୟ ଓ ଧାରାକୁ ସୀମିତ କରି ଉକ୍ତ ଧର୍ମସଭା ଆୟୋଜନ କରିବାପାଇଁ ମଙ୍ଗଳବାର ସ୍ଥାନୀୟ ପ୍ରଶାସନ ଅନୁମତି ପ୍ରଦାନ କରିଥିଲେ ବୋଲି କୁହାଯାଏ । ଗଞ୍ଜାମ ପୋଲିସ ପ୍ରଶାସନର କଡ଼ା ସୁରକ୍ଷା ବଳୟରେ ଏହି ଖ୍ରୀଷ୍ଟ କାର୍ଯ୍ୟକ୍ରମ ସମାହିତ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଖ୍ରୀଷ୍ଟିଆନ ସଂଗଠନ ଦୀର୍ଘଦିନ ଧରି ଗଞ୍ଜାମ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏବଂ ଛତ୍ରପୁର ଉପକଣ୍ଠସ୍ଥ ବିଭିନ୍ନ ବସ୍ତି ଅଞ୍ଚଳର ଗରୀବ ଦଳିତ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଖ୍ରୀଷ୍ଟିଆନ ଧର୍ମରେ ମିଶ୍ରଣ କରାଇ ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ଧର୍ମାନ୍ତରୀକରଣ କରିବା ନିମିତ୍ତ ଆଞ୍ଚଳିକ ଖ୍ରୀଷ୍ଟିଆନ ଧର୍ମ ସଂଗଠନ ଖୁବ ମଜବୁତ କରିବାରେ ଲାଗିପଡିଛନ୍ତି ବୋଲି ଜଣାଯାଏ । ଏହି ସଂଗଠନରେ ମଙ୍ଗଳବାର ଅନେକଙ୍କ ଖ୍ରୀଷ୍ଟିଆନରେ ସାମିଲ ହେବାର ସୂଚନା ଥିବାର କୁହାଯାଏ । ସେନେଇ ମଙ୍ଗଳବାର ଏକ ବିଶାଳ ଖ୍ରୀଷ୍ଟଧର୍ମ ସମାବେଶ କରିବାକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି । ଜିଲ୍ଲା ପ୍ରଶାସନ ସର୍ବସାଧାରଣରେ ସରକାରୀସ୍ଥଳରେ ଖ୍ରୀଷ୍ଟିଆନ ଧର୍ମସଭା ସମାବେଶର ଆୟୋଜନ ପାଇଁ ଅନୁମତି ଦେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବା ବୋଲି ଆଞ୍ଚଳିକ ହିନ୍ଦୁଧର୍ମ ସଂଗଠନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

7 − 5 =