ବଲାଙ୍ଗିର, (କେପିଏନ୍ଏସ୍) : ଜାତୀୟ ଯୁବ ସମ୍ମାନିତ କାର୍ଯ୍ୟକ୍ରମରେ ଏକ ସ୍ୱାସ୍ଥ୍ୟ ଶିବର ଓ ରକ୍ତ ବର୍ଗୀକରଣ କାର୍ଯ୍ୟକ୍ରମ ସାଲେପାଲି ଗ୍ରାମରେ ଓ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଚୁଡ଼ାପାଲି ଗ୍ରାମ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସୋହଯୋଗ କରିଥିଲେ । ବିଭିନ୍ନ ରୋଗର ନିରାକରଣ ପାଇଁ ସଚେତନତା କରାଯିବା ସହ ରୋଗୀମାନଙ୍କୁ ବିଭିନ୍ନ ମେଡ଼ିସିନ୍ ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ରକ୍ତ ବର୍ଗୀକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ଡାକ୍ତର ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସ୍ୱାସ୍ଥ୍ୟ ସଚେତନତା ଭାଗରେ ବିଭିନ୍ନ ଉପାଦେୟ ତଥ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ସଭାରେ ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା, ନୋଡାଲ ଅଧିକାରୀ ପ୍ରଶାନ୍ତ ଖମାରୀ, ସାମାଜିକ ଉପଦେଷ୍ଟା ଦାଧିବାବନ ପ୍ରଧାନ, କ୍ରୀଡ଼ା ଉପଦେଷ୍ଟା ହୃଦାନନ୍ଦ ଦାସ, ସାଂସ୍କୃତିକ ଉପଦେଷ୍ଟା ସମ୍ଭୁପ୍ରସାଦ ଦାସ, ଅଧ୍ୟାପିକା ଏ.ବି ରମଲିପ୍ସା ଏବଂ ପ୍ରିୟଙ୍କାରାଣୀ ବେଦବାକ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ, ଚନ୍ଦନଭାଟି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପଙ୍କଜିନି ସାହୁ ଓ ସାଲେପାଲିର ୱାର୍ଡ ମେମ୍ବର ସୁରେଶ ଧରୁଆ ଉପସ୍ଥିତ ଥିଲେ । ଅନେକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଓ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।