ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଆର୍ଡିସି ଉତ୍ତରାଂଚଳ, ସମ୍ବଲପୁରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଆଜି କ୍ଷେତ୍ର ପରିଦର୍ଶନ କରିଛନ୍ତି । ପଦ୍ମପୁର ନିକଟସ୍ଥ ଚିରୋଲି, ଅନ୍ୱେଶା ହଷ୍ଟେଲ୍ ପଡିଆ ଓ ବରିକେଲ ପାଖରେ ସର୍ବମୋଟ୍ ତିନୋଟି ସ୍ଥାନକୁ ଏହି କମିଟି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟ, ଅନ୍ୟ ସମସ୍ତ କାର୍ଯ୍ୟାଳୟ ଓ ସରକାରୀ କ୍କ୍ୱାଟର ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଦୃଷ୍ଟିରୁ ଏହି ସ୍ଥାନଗୁଡ଼ିକର ସମୀକ୍ଷା ହୋଇଛି । କମିଟିରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ ଓ ଅନ୍ୟ ସାତ ଜଣ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଆର୍ଡିସିଙ୍କ ସହ ସମୀକ୍ଷା କରିଛନ୍ତି । ଏହପରେ କମିଟି ବିହିତ ପଦକ୍ଷେପ ପାଇଁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ଗଣମାଧ୍ୟମକୁ ଆର୍ଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ସୂଚନା ଦେଇଛନ୍ତି । ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଅନ୍ୱେଶା ହଷ୍ଟେଲ୍କୁ ଗସ୍ତକରି ଛାତ୍ରୀମାନଙ୍କୁ ଭେଟିଥିଲେ ଓ ତାଙ୍କ ସୁଖ ସୁବିଧା ବିଷୟରେ ପଚାରି ବୁଝିଥିଲେ । ଏହା ପରେ ଡକ୍ଟର ଦଳାଇ ପ୍ରଭୁ ନୃସିଂହନାଥଙ୍କ ମନ୍ଦିରକୁ ଗସ୍ତକରି ପ୍ରଭୁଙ୍କ ଦର୍ଶନ କରିଥିଲେ ଓ ରୂପାନ୍ତରଣ କାର୍ଯ୍ୟ ତଦାରଖ କରିଥିଲେ ।
Prev Post