ବଲାଙ୍ଗିର ନାଗରିକ କମିଟିର ମୁଖପତ୍ର ‘ସୌରଭ’ ଉନ୍ମୋଚିତ : ସାଧାରଣ ଲୋକ ଅସାଧାରଣ କାମ କରିପାରିବେ

ବଲାଙ୍ଗିର, ( ଦେବାଶିଷ ମିଶ୍ର) : ନାଗରିକ କମିଟି ବଲାଙ୍ଗିର ଆନୁକୁଲ୍ୟରେ ଏକ ସ୍ମରଣିକା ‘ସୌରଭ’ର ଉନ୍ମୋଚନ ସଭା ସ୍ଥାନୀୟ ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଆୟକର କମିଶନର ତଥା ସ୍ତମ୍ଭକାର ଶ୍ରୀକାନ୍ତ ଚାଟର୍ଜି ଯୋଗ ଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ସାଧାରଣ ବ୍ୟକ୍ତିମାନେ ମଧ୍ୟ ଅସଧାରଣ କାମ କରି ସମାଜ ପାଇଁ ତ୍ୟାଗ, ପରିଶ୍ରମ ଓ ପ୍ରତିବଦ୍ଧତା ବଳରେ ସେବା କରି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ରୂପେ ପ୍ରଫେସର ମଧୁସୁଦନ ପତି ଯୋଗ ଦେଇ ସମାଜ ପ୍ରତି ଅଧିକାର ଯେତିକି, ଅଛି କର୍ତ୍ତବ୍ୟ ମଧ୍ୟ ସେତିକି ବୋଲି ସମ୍ବିଧାନର ଧାରା ୫୧ରେ ଉଲ୍ଲେଖ ଅଛି ବୋଲି କହିଥିଲେ । ଅନ୍ୟତମ ଅତିଥି ରୂପେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଯୋଗଦେଇ ଆର୍ଶିବଚନ ପ୍ରଦାନ କରିଥିଲେ । ତା ପରେ ନାଗରିକ କମିଟି ତରଫରୁ ପ୍ରକାଶିତ ଏକ ସ୍ମରଣିକା ‘ସୌରଭ’ ସାଧାରଣରେ ଉନ୍ମୋଚିତ ହୋଇଥିଲା । କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ ବିବରଣୀ ପାଠ କରି ସଭାକୁ ପରିଚାଳନା କରିଥିଲେ । ସମ୍ପାଦକୀୟ କମିଟିର ମୁଖ୍ୟ ଅଖିଳ ଚନ୍ଦ୍ର ହୋତାଙ୍କୁ ମୋମେଣ୍ଟୋ ପ୍ରଦାନ କରାଯାଇଥିବା ବେଳେ, ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଭୀମଭୋଇ ମେଡିକାଲ୍‌ର କର୍ମଚାରୀ ରମେଶ ଚନ୍ଦ୍ର ପୋଢ ଓ ପୌରସଂସ୍ଥାର ଝାଡୁଦାର ଖତୁ ଭରାସାଗରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସବିତା ଚାଟର୍ଜିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ରଘୁନନ୍ଦନ ସିଂଙ୍କ ପରିଚାଳନାରେ ସମ୍ବର୍ଦ୍ଧିତ ସଭାରେ ଶିକ୍ଷୟତ୍ରୀ ନନ୍ଦିନୀ ସାହୁ ସହାୟତା କରିଥିଲେ । ସଭା ଆରମ୍ଭରେ କମିଟିର ବରିଷ୍ଠ ସଭ୍ୟ ଗୋପଭୂଷଣ ନାଥ ସ୍ୱାଗତ କରିଥିବା ବେଳେ ଜୟରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମରଣିକା ସଂପାଦନା ମଣ୍ଡଳୀର ସଭ୍ୟ ପୀତବାସ ପଣ୍ଡା, ବିମଳ କୁମାର ଚୋପଦାର, ମନୋରଂଜନ ପୁରୋହିତଙ୍କ ବ୍ୟତୀତ ବିକ୍ରମ ବହିଦାର, ପଙ୍କଜିନି ପଣ୍ଡା, ଧର୍ମବ୍ରତ ରଥ, ଦିବାକର ହୋତା, ପର୍ଶୁରାମ ନାୟକ, ସଲିମ ଖାନ, ଗୋପବନ୍ଧୁ ପୁରୋହିତ, ସୁନିଲ ବିଶ୍ୱାଲ ଓ ଅନ୍ୟାନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.