csstore

ସାତ ଲକ୍ଷ ଟଙ୍କାର କାର୍ଯ୍ୟକୁ ପଚାଶ ହଜାର ବିଲ କରିବାରୁ ଉତ୍ୟକ୍ତ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲାଗିଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ଉତ୍ୟକ୍ତ ଗ୍ରାମବାସୀ । ଅଭିଯୋଗ ମୁତାବକ ରାଇସଲପଦର ଗ୍ରାମଠାରେ ମନ୍ଦିର ନିର୍ମାଣ ପାଇଁ ସାତ ଲକ୍ଷ ଟଙ୍କା ଗ୍ରାମବାସୀ ଖର୍ଚ୍ଚ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସମରେନ୍ଦ୍ର ବେହେରା ମାତ୍ର ପଚାଶ ହଜାର ଟଙ୍କା ବିଲ କରିଥିବା ଜାଣିବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଅଭିଯୋଗ କରିଛନ୍ତି । କିଛି ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ପୂର୍ବତନ ମୂଖ୍ୟ ସଚିବ ଭି କେ ପାଣ୍ଡିଆନ ବରଗଡ ଗସ୍ତରେ ଆସିଥିବା ବେଳେ ଗ୍ରାମବାସୀ ମନ୍ଦିର ନିର୍ମାଣ ପାଇଁ ଲେଖି ଜଣାଇଥିଲେ । କିଛି ଦିନ ପରେ ରାଜ୍ୟ ସରକାର ଏହି ମନ୍ଦିର ପାଇଁ କିଛି ଅଟକଳ ମୂଲ୍ୟ ପାଇଁ କାର୍ଯ୍ୟାଦେଶ ଦେଇଥିଲେ । କାର୍ଯ୍ୟାଦେଶ ପାଇବା ପରେ ଗ୍ରାମବାସୀ ମନ୍ଦିର କାର୍ଯ୍ୟ ଆଗକୁ ବଢାଇଥିଲେ । ଅଭିଯୋଗ ଅନୁସାରେ ସାତ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ସମରେନ୍ଦ୍ର ବେହେରା ମାତ୍ର ପଚାଶ ହଜାର ଟଙ୍କା ବିଲ କରିଛନ୍ତି ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ବିଲ ନ କରିବାରୁ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଦେଇଥିବା କାର୍ଯ୍ୟାଦେଶକୁ ମଧ୍ୟ ଖାତିର କରୁନାହାନ୍ତି କନିଷ୍ଠ ଯନ୍ତ୍ରୀ ସେପଟେ ଏହି ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ମଧ୍ୟ ଅଛନ୍ତି । ସ୍ଥାନୀୟ ବିଡ଼ିଓଙ୍କୁ ମଧ୍ୟ ଅଭିଯୋଗ କଲେଣି ହେଲେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବା ଗ୍ରାମବାସୀ କହିଛନ୍ତି ।

jayashree
Leave A Reply

Your email address will not be published.