csstore

ମୁରିବାହାଲ ରାଧାକୃଷ୍ଣ ଓ ଶିବମନ୍ଦିରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ସ୍ଵାଗତ ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ରବିବାର ଦିନ ୩.୩୦ ଘଟିକାରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ଆସିଥିବା “ଅକ୍ଷତ” କଳସକୁ ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବିଶ୍ଵ ହିନ୍ଦୁ ପରିଷଦର ଖଣ୍ଡ ସଭାପତି ବିରାଜ କୁମାର ମହାନ୍ତି, ଖଣ୍ଡ ସଂଘ ଚାଳକ ପ୍ରସାଦି କମ୍ପ, ମୁରିବାହାଲ ଖଣ୍ଡ ସମ୍ପାଦକ ସୁଦର୍ଶନ ବେହେରା, ଟିଟିଲାଗଡ଼ ଜିଲ୍ଲା ସେବା ପ୍ରମୁଖ ପ୍ରଦୀପ କୁମାର ବଚ୍ଛା, ଖଣ୍ଡ ସଦସ୍ୟା ସୋଭାଗିନି କମ୍ପ, ଜ୍ୟୋସ୍ନାମୟୀ ମହାନ୍ତି, ତପସ୍ଵିନୀ ପୋଢ଼, ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ସଭାପତି ରାଜୀବ କୁମାର ମହାନ୍ତି, ସମ୍ପାଦକ ତଥା ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ସୁଧୀର କୁମାର ପାଣୀ, ମନ୍ଦିର କମିଟିର ଉପଦେଷ୍ଟା ତଥା ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ତରୁଣ ପୋଢ଼, ଉପସଭାପତି ଭିଶ୍ମରାଜ୍ ମେହେର, ସଦସ୍ୟ ମଧୁସୁଦନ ନାଗ, ପଦ୍ମଲୋଚନ ସାହୁ, ଉଦିତ କଟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ମନ୍ଦିରର ମହିଳା ସଙ୍କୀର୍ତ୍ତନ ଦଳ ସହିତ ସମସ୍ତ ମାଆମାନଙ୍କ ସହିତ ଦୁର୍ଗା ବାହିନୀର ସଦସ୍ୟାମାନେ ପ୍ରମୁଖ ଭୂମିକା ନିଭାଇଥିଲେ । ବଜରଙ୍ଗ ଦଳ ପ୍ରମୁଖ ମୁରିବାହାଲ୍ ଖଣ୍ଡ ସୁଧାଂଶୁ ପୋଢ଼, ଯାଦବ ଓ କାର୍ଯ୍ୟକର୍ତ୍ତା ଅଜିତ ବାଗ ଅକ୍ଷତ” କଳସକୁ ବଲାଙ୍ଗୀରରୁ ମୁରିବାହାଲ ପର୍ଯ୍ୟନ୍ତ ମହାସମାରୋହରେ ଆଣି ମନ୍ଦିର ପୂଜକ ଟୁକୁ ଥନାପତିଙ୍କ ଦାୟିତ୍ୱରେ ସମର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମହିଳା ଓ ଭକ୍ତମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.