ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶିବ ଶଙ୍କର ଉଦ୍‌ଗାତା, ସଭାପତି ଆନନ୍ଦ ମିଶ୍ର, ପିଏଚ୍‌ଇଓ, ସିଏଚ୍‌ସି, ଜାମଗାଁ ମୁଖ୍ୟ ଅତିଥି ଭାବରେ ସଂସ୍କୃତ ଅଧ୍ୟାପକ ସି. ଭୋଇ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଏଡସ୍‌ ରୋଗର କାରଣ ଓ ନିରାକରଣ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ପରିଶେଷରେ ଇଂରାଜୀ ଅଧ୍ୟାପକ ହେମସାଗର ସ୍ୱାଇଁ ଧନ୍ୟବାଦ କରିଥିବା ବେଳେ ଯୁବରେଡକ୍ରସ ପରାମର୍ଶଦାତା ଦାଶରଥି ପଟେଲ ଓଡିଆ ଅଧ୍ୟାପକ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଜନ ସଚେତନତା ପାଇଁ ଛାତ୍ରଛାତ୍ରୀ ଶୋଭାଯାତ୍ରା ଆୟୋଜନ କରି ଜାମଗାଁ ଓ କାଳିଭଣା ଗ୍ରାମ ପରିକ୍ରମା କରିଥିଲେ ।

Leave A Reply

Your email address will not be published.