oom

ମୁରିବାହାଲ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ମୁରିବାହାଲ ବ୍ଲକ ସଭାଗୃହରେ ଶୁକ୍ରବାର ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ ଅଧିକାରୀ କେଶବ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକ ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡି, ଜିପିଇଓ ଏନଜେ ଥିଓଫିଲ, ମିଶନ ଶକ୍ତି ବିପିସି ଉଜ୍ୱଳ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବଲାଙ୍ଗିର ଜନ ଶିକ୍ଷଣ ସଂସ୍ଥା, ଗନ୍ଧମାର୍ଦ୍ଧନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ବଲାଙ୍ଗିର ପଲିଟେକନିକ, କଣ୍ଟାବାଞ୍ଜି ପିଏମ୍‌କେକେ, ଡିଡିୟୁଜିକେୱାଇ ଓ ଆସପ୍ରା ସ୍କିଲ ଡେଭଲପ୍‌ମେଣ୍ଟ ଭଳି କମ୍ପାନୀଗୁଡ଼ିକ ଯୋଗ ଦେଇଥିଲେ । ବ୍ୟାପକ ପ୍ରଚାର ପ୍ରସାର ଅଭାବରୁ ଏହି ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିରରେ ବ୍ଲକରେ ହଜାର ହଜାର ବେକାର ଯୁବକଯୁବତୀ ଥିଲେ ମଧ୍ୟ ମାତ୍ର ହାତଗଣତି ଅତି କମ୍ ସଂଖ୍ୟକ ବେକାର ଯୁବକ ଯୋଗ ଦେଇଥିବାରୁ ଏହାର ପ୍ରକୃତ ସୁଫଳ ବେକାର ଯୁବକମାନେ ପାଉନଥିବା ଅଭିଯୋଗ ହୋଇଥିଲା ।

jittmm
Leave A Reply

Your email address will not be published.