ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା

ବରଗଡ: ଆସନ୍ତା ଜାନୁଆରି ୧୫ ତାରିଖରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ କରିଥିଲେ । ତେବେ ନାନା ପ୍ରକାର ଅଭିଯୋଗ ଏହି ବୈଠକରେ ସାମ୍‌ନାକୁ ଆସିଥିଲା । ପ୍ରଥମେ ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ଗତବର୍ଷର ଆୟବ୍ୟୟ ଅଟକଳ ରଖିଥିଲେ । ସବୁଠାରୁ ବଡ଼ କଥା ହେଲା, ଗୋପପୁର କମିଟି ଏକ ସାଂଘାତିକ ଅଭିଯୋଗ ଆଣିଥିଲେ । କଳାକାର, ସାଜସଜ୍ଜା ସମେତ ଅନ୍ୟ ବାବଦକୁ ଯେଉଁ ଟଙ୍କା ପୈଠ ହୋଇଛି, ତାହା ନକଲି ବିଲ୍‌ ଦ୍ୱାରା କରାଯାଇଥିବା ଦୟାନିଧି ପ୍ରଧାନ ଅଭିଯୋଗ କରିଥିବା ଜଣାପଡ଼ିଛି । ଏହାକୁ ନେଇ ବୈଠକରେ ପ୍ରବଳ ପାଟିତୁଣ୍ଡ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ଏହି ମାମଲା ସତ ହୋଇଥିଲେ ତୁରନ୍ତ ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.