ସମୁଦ୍ର ଜୀବନ ଜୀବିକାର ଜୀବନ ବୀମା ସଚେତନତା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମ ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ମା’ ଜାନବି ଫିସେରୀ ସୋସାଇଟି ସଭାପତି ଭି.ବୁଦ୍ଧିବନ୍ତ ରାଓଙ୍କ ସଭାପତିତ୍ୱରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମତ୍ସ୍ୟ ବିଭାଗ ପକ୍ଷରୁ ଏଡିଏଫ୍‌ ଓ ସୁବ୍ରତ ପଟ୍ଟନାୟକ, ଏଏଫ୍‌ ଓ ବିଶ୍ବ ଭୂଷଣ ଜେନା, ପୂଜାରାଣୀ ସାହୁ ପ୍ରମୁଖ ମତ୍ସ୍ୟ ଅଧିକାରୀ ଯୋଗଦେଇ ଥିଲେ । ପରମ୍ପାରିକ ମତ୍ସ୍ୟଜୀବୀ ମାନଙ୍କ ଜୀବନ ଜୀବିକାକୁ ନେଇ ଜୀବନ ବୀମା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଗ୍ରାମରେ ସୋସାଇଟି ମାଧ୍ୟମରେ ୭୭୦ ଜୀବନ ଵୀମା କରାଯାଇଥିବା ବେଳେ ଅଧିକରୁ ଅଧିକ ଏହି ବୀମା ମାଧ୍ୟମରେ ଲାଭ ଉଠାଇବା ପାଇଁ ବିଭିନ୍ନ ସ୍କିମ୍‌ ସମ୍ଭନ୍ଧରେ ଅବଗତ କରାଯାଇଥିଲା । ଗ୍ରାମ୍ୟ ସଭାପତି ମାଗତା ବେହେରା, ଗ୍ରାମ୍ୟ ଉପସଭାପତି ସୁରେନ୍ଦ୍ର ବେହେରା, ସୋସାଇଟି ସମ୍ପାଦକ ସୁବାସ ବେହେରା ମଞ୍ଚସୀନ ରହିଥିଲେ । ସୋସାଇଟି ସଭ୍ୟ, ଗ୍ରାମ୍ୟ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.