କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଉରକେଲା ଗସ୍ତ ଅବସରରେ ସଚେତନ ନାଗରିକ ମଞ୍ଚର ସଭାପତି ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟ ଶ୍ରୀ ପ୍ରଧାନଙ୍କୁ ରାଉରକେଲା ହାଉସ୍‌ଠାରେ ଭେଟି ସ୍ମାର୍ଟ ସିଟି ରାଉରକେଲାରେ ଏକ ଭାରତୀୟ ସୂଚନା ଓ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଆଇଟି) ଓ ଏନ୍ଆଇଟିଠାରେ ବିମାନ ବିଦ୍ୟା ସମ୍ପର୍କିତ ଡିଗ୍ରୀ କୋର୍ସ ଖୋଲିବା ପାଇଁ ଅନୁରୋଧ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ପତ୍ରରେ ଦର୍ଶାଯାଇଛି ଯେ ସମଗ୍ର ଦେଶରେ ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରଦେଶରେ ୧୫ଟି ଆଇଆଇଆଇଟି ଖୋଲାଯାଇଥିବା ବେଳେ ଓଡ଼ିଶାରେ ଏହା ଖୋଲାଯାଇ ନାହିଁ । ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ଦ୍ଵାରା ଖୋଲାଯାଇଥିବା ଆନ୍ତର୍ଜାତିକ ସୂଚନା ଓ ପ୍ରଯୁକ୍ତି ପ୍ରତିଷ୍ଠାନ, ଯାହା ଅନ୍ୟ ଆଇଆଇଆଇଟିଠାରୁ ଭିନ୍ନ । ସେହିପରି ଏନ୍ଆଇଟି ଭଳି ଅନୁଷ୍ଠାନରେ ଆବଶ୍ୟକ ଭିତ୍ତିଭୂମି ଓ ପାରିପାର୍ଶ୍ବିକ ସ୍ଥିତିକୁ ଲକ୍ଷ୍ୟରେ ତଥା ସମ୍ପ୍ରତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ବିମାନ ବିଦ୍ୟା ସମ୍ପର୍କିତ ଡିଗ୍ରୀ କୋର୍ସ ଖୋଲାଗଲେ, ରାଉରକେଲା ଭଳି ସ୍ମାର୍ଟ ସିଟି ତଥା ସମସ୍ତଙ୍କ ପାଇଁ ଏହା ଗ୍ରହଣୀୟ ହୋଇପାରିବ ବୋଲି ଏହି ପତ୍ରରେ ଦର୍ଶାଯାଇଛି । ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା ଉପରେ ଦୃଷ୍ଟି ଦେବାକୁ ଶ୍ରୀ ବିଶି ଓ ଶ୍ରୀ ରାମ ଅନୁରୋଧ କରିଛନ୍ତି । ମନ୍ତ୍ରୀ ମଧ୍ୟ ଏହା ଉପରେ ବିଚାର କରିବା ପାଇଁ ସୂଚନା ଦେଇଛନ୍ତି । ଏହି ଅବସରରେ ମଞ୍ଚର ମୁଖପାତ୍ର କୁଞ୍ଜବିହାରୀ ରାଉତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.