୮୬ ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡା ସ୍ଥିତ ବାସଭବନରେ ପ୍ରାକ୍ତନ ବରିଷ୍ଠ ପରିସଂଖ୍ୟାନ ଅଧିକାରୀ ତଥା ଜଣେ ଧର୍ମ ପରାୟଣ ବ୍ୟକ୍ତି ବିହାରୀ ମିଶ୍ରଙ୍କ ୮୬ ବର୍ଷ ବୟସରେ ସ୍ଥାନୀୟ ଭୀମ ଭୋଇ ମେଡିକାଲଠାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ବେଳେ ବିଭୂତିପଡ଼ା ଶ୍ମଶାନରେ ଦାହ ସଂସ୍କାର କରାଯାଇଛି । ଏହି ସମୟରେ ଚାରି ପୁଅ ବିଷ୍ଣୁ, ବିଭୁତି, ବିଘ୍ନରାଜ, ବିବେକାନନ୍ଦ ଓ ଦୁଇ ଜ୍ୱାଇଁ ପଣ୍ଡିତ ଦୀନବନ୍ଧୁ ରଥ, ସନ୍ତୋଷ ମିଶ୍ର, ଦୁଇ ଝିଅ, ଚାରି ବହୁ, ନାତି ନାତୁଣୀ ଭଣଞ୍ଜା ଭବାନୀ ଶଙ୍କର ମିଶ୍ର, ଭାଗବତ, କୃଷ୍ଣ ବଲ୍ଲଭ ଓ ଅନ୍ୟ ପରିବାର ପରିଜନ ଉପସ୍ଥିତ ଥିଲେ । ସ୍ଵର୍ଗତ ମିଶ୍ର ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିବା ବେଳେ ଚିମିନିଭାଟିରେ ସପ୍ତା, ଦୈନିକ ଭାଗବତ ପାଠ, ସୁନ୍ଦରାକାଣ୍ଡ, ଆଧ୍ୟାତ୍ମିକ ପ୍ରବଚନ, ଅନ୍ତମୁଖି କରିବା ସହିତ ପଡ଼ାବାସୀ ଓ ପରିବାର ପରିଜନଙ୍କୁ ସାମିଲ କରି କରୁଥିଲେ । ପଡ଼ାବାସୀ ଏହି କାର୍ଯ୍ୟକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.