pakka

କୁର୍ଲୁବାହାଲ ଗ୍ରାମରୁ ଜଣେ ୧୭ ବର୍ଷୀୟା ନାବାଳିକା ନିଖୋଜ : ଥାନାରେ ଏତଲା

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ବୁଧବାର ସନ୍ଧ୍ୟାରୁ ଘରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ଲୋକେ ଗୁରୁବାର ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି । ନାବାଳିକା ଜଣଙ୍କ ଘରୁ ନିଖୋଜ ହେବା ଜାଣିବା ପରେ ପରିବାର ଲୋକେ ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଶେଷରେ ସେମାନେ ଆସି ଥାନାରେ ଏକ ଏତଲା ଦେଇଥିଲେ । ମୁରିବାହାଲ ଥାନା ପୁଲିସ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏହା ଏକ ପ୍ରେମ ସମ୍ପର୍କିତ ମାମଲାରୁ ନାବାଳିକା ଜଣଙ୍କ ଘରୁ ଫେରାର ହୋଇଯାଇଥିବା ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

4 × 1 =