pakka

ବଣାଇଗଡ଼ ଐତିହାସିକ ଗଡଜାତର ସର୍ବ ପୁରାତନ ମହାବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀର ଉଦ୍‌ଘାଟନ କଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

bbehera

ବଣାଇ, (ହବିବ ମହମ୍ମଦ ଖାନ) : ବଣାଇଗଡ଼ ଐତିହାସିକ ଗଡଜାତର ସର୍ବ ପୁରାତନ ମହାବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀର ଉଦ୍‌ଘାଟନ କେନ୍ଦ୍ର ଶିକ୍ଷା କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ସମ୍ପାଦିତ ହୋଇଯାଇଛି । ଏହି ସମାରୋହରେ ସୁନ୍ଦରଗଡ଼ ଜିଲ୍ଲା ତଥା ବଣାଇ ମାଟିର ସୁଯୋଗ୍ୟ ସନ୍ତାନ ଜୁଏଲ ଓରାମ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପୂର୍ବତନ ଅଧ୍ୟକ୍ଷ ପରେଶ ଚନ୍ଦ୍ର ପଟ୍ଟନାୟକ, ପଙ୍କଜ ପଟେଲ, ବଣାଇ ରାଜା ସାହେବ ବୀର କିଶୋର ଇନ୍ଦ୍ରଦେଓଦେବ, ଛାତ୍ର ସଂସଦ ଅଧ୍ୟକ୍ଷ ଶୁଭେନ୍ଦ୍ର ନାଥ ମଲ୍ଲିକ, ମହାବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣୀ ସାହୁ, ସମ୍ପାଦକ ବିଜନ କୁମାର ସେନ, ପ୍ରଥମ ବ୍ୟାଚ ଛାତ୍ର ଆଇନଜୀବୀ ବିନୟ କୁମାର ଦାସ, ପ୍ରଦୀପ ତ୍ରିପାଠୀ ରାଜ୍ୟ ସାମ୍ୱାଦିକ ସଙ୍ଘ ଉପାଧ୍ୟକ୍ଷ ସଂଯୋଜକ ପ୍ରେମସାଗର ମହାନ୍ତ ଆଦି ସମ୍ମାନିତ ଅତିଥିମାନେ ଓଜସ୍ୱୀ ବକ୍ତବ୍ୟ ରଖି ମହାବିଦ୍ୟାଳୟର ଅନୁଭୂତି ଉପସ୍ଥିତ ପୁରାତନଏବଂ ନୂତନ ଛାତ୍ର ଛାତ୍ରୀ ଅତିଥି ପୁରାତନ ନୂତନ ଅଧ୍ୟାପକ ଅଧ୍ୟାପିକା ବୁଦ୍ଧିଜୀବୀମାନଙ୍କୁ ବିମୋହିତ କରିଥିଲେ । ପ୍ରଥମେ ମହାବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ପ୍ରବେଶ ଦ୍ୱାରକୁ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି କାର୍ଯ୍ୟକ୍ରମ ଆରମ୍ଭରୁ ମହାବିଦ୍ୟାଳୟର ସ୍ମରଣିକା ମନ୍ତ୍ରୀ ଉନ୍ମୋଚନ କରିଥିଲେ ।

jay balangir
Leave A Reply

Your email address will not be published.

three × 3 =