ପ୍ରଥମ ପର୍ଯ୍ୟାୟରେ ତିନୋଟି ଗ୍ରାମପଞ୍ଚାୟତରେ ସିଏସ୍‌ପି ପ୍ଲସ୍‌ ବ୍ୟାଙ୍କିଙ୍ଗ୍‌ ସେବାର ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ ତିନୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ଛତ୍ରପୁର ବ୍ଳକ ଅନ୍ତର୍ଗତ ବଉଳଗାଁ, ବଡ଼ମାଧପୁର, ଓ ପୋଡାପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ପୋଡାପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଛତ୍ରପୁର ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ କୀରଣ କୁମାରୀ ଦାସ ଆଉଟ୍‌ଲେଟ୍‌ ବ୍ୟାଙ୍କିଙ୍ଗ୍‌ ସେବା ପ୍ରକୋଷ୍ଠକୁ ରିବନ୍‌ ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସେହିପରି ବଡ଼ମାଧପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ବ୍ଳକ ଉପାଧ୍ୟକ୍ଷା ଶ୍ରୀମତୀ ସାଡି ଶାରଦା ରେଡ୍ଡୀ ଏବଂ ବଉଳଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟବସ୍ଥିତ ପ୍ରକୋଷ୍ଠରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏବଂ ବିଡ଼ିଓ ସୁଶାନ୍ତ କୁମାର ବରାଳ, ୟୁକୋବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

jittmm
Leave A Reply

Your email address will not be published.