csstore

ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୮ ଆମ୍ବୁଲେନ୍ସ ସେବା ଆରମ୍ଭ

ମଦନପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ମଙ୍ଗଳବାର ୧୦୮ ଆମ୍ବୁଲେନ୍ସ ସେବା ଆରମ୍ଭ ହୋଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କେତକୀ ଦଣ୍ଡିଆ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଲୋକନାଥ ସାହୁ ଉଦ୍‌ଘାତନ କରି ନୀଳ ପତାକା ଧରି ସ୍ୱାଗତ ଜଣାଇ ଥିଲେ । ଏଥିରେ ଫାର୍ମାସିଷ୍ଟ ସନ୍ତୋଷ କୁମାର ମିଶ୍ର, ସମାଜସେବୀ ସୁଦର୍ଶନ ଦଣ୍ଡିଆ, ଆଶିଷ ଦଣ୍ଡିଆ, ମେଡ଼ିକାଲର ସମସ୍ତ କର୍ମଚାରୀ, ବୁଦ୍ଧିଜୀବୀ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ । ଏହା ମଦନପୁର ଅଞ୍ଚଳ ପାଇଁ ଖୁସି ଖବର ବୋଲି ଅଞ୍ଚଳବାସୀ ଓ ବୁଦ୍ଧିଜୀବୀମାନେ ଜଣାଇଛନ୍ତି ।

jayashree
Leave A Reply

Your email address will not be published.