om academy

ଦ୍ୱିତୀୟ ଦିନରେ ଜାତୀୟ ସବ୍‌ଜୁନିୟର ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌

jsm
  • ବାଳକ ବର୍ଗରେ ପୁଷ୍କର, ସୌର୍ଯ୍ୟ, ଦିବ୍ୟାଂଶ, ଆଦିତ୍ୟ, ଯତିନ୍‌
  • ବାଳିକାରେ ସାଇନା, ଧାନ୍ୟା, ଲକ୍ଷ୍ମୀ, ଅଗ୍ରୀମା, ଅବ୍‌ନି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୫ତମ ଜାତୀୟ ସବ୍‌ ଜୁନିୟର ବ୍ୟାଡ୍‌ମିଣ୍ଟନ ଚମ୍ପିୟାନସିପ୍‌ର ଦ୍ୱିତୀୟ ଦିନ ବୁଧବାର ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମଠାରେ ଚିତ୍ତାକର୍ଷକ ବ୍ୟାଡମିଣ୍ଟନ ଖେଳ ଦେଖିବାକୁ ମିଳିଛି । ବୁଧବାର ସକାଳୁ ୧୩ ବର୍ଷରୁ କମ୍‌ ବର୍ଗ ବାଳକ ଏବଂ ବାଳିକା ବିଭାଗ ଖେଳ ଆରମ୍ଭ ହୋଇଥିଲା । ବାଳକ ବର୍ଗରେ ଟପ୍‌ସିଟରେ କର୍ଣ୍ଣାଟକର ପୁଷ୍କର ସାଏ ୨୧-୧୩ ଓ ୨୧-୧୪ ସେଟ୍‌ରେ ତାମିଳନାଡୁର ଦକ୍ଷଣ ଏସ୍‌ଏଲଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ସୌର୍ଯ୍ୟ ଯାଦବ ୨୨-୨୦ ଓ ୨୧-୧୫ ସେଟ୍‌ରେ ରାଜସ୍ଥାନର ସ୍ଥଭିକ୍‌ ଅଗ୍ରୱାଲଙ୍କୁ ପରାସ୍ତ କରିଥିଲେ । ସେହିପରି ଉତ୍ତରପ୍ରଦେଶର ଦିବ୍ୟାଂଶ ସିଂ, ମହାରାଷ୍ଟ୍ରର ଆତିଦ୍ୟ ୟାଉଲ, ହରିଆଣାର ଯତିନ୍‌ କୁମାର, ପଶ୍ଚିମବଙ୍ଗର ସ୍ୱୟଂଦ୍ୟୁତି ଘୋଷ, ଆସାମର ଅର୍ନବ ଚୁତିଆ, ମଧ୍ୟପ୍ରଦେଶର ପାର୍ଥ ଶର୍ମା, ତାମିଲନାଡୁର ଦଶ୍ୱନ୍ଥ, ହରିଆଣାର ଆର୍ଯ୍ୟାନ୍‌ ଡାଙ୍ଗୀ ଓ ଅନ୍ୟମାନେ ନିଜ ନିଜ ପ୍ରତିଦ୍ୱନ୍ଦୀ ଖେଳାଳୀଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ବାଳିକା ବର୍ଗର କର୍ନାଟକର ସାଇନା ମଣିମୁଥୁ ୨୧-୧୧ ଓ ୨୧-୧୦ ସେଟ୍‌ରେ ଆସାମର ଆରାଧ୍ୟା ବୁରାଗୋହାଁଇଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ତାମିଲନାଡୁର ଧାନ୍ୟା ଏସ୍‌ଜେ ୨୧-୧୦ ଓ ୨୧-୧୬ ସେଟ୍‌ରେ ମହାରାଷ୍ଟ୍ରର ସୋୟାରା ସେଲାରଙ୍କୁ ପରାସ୍ତ କରିଥିଲେ । ଓଡିଶାର ତନ୍‌ଭି ପତ୍ରୀ ୨୧-୧୦ ଓ ୨୧-୧୦ ସେଟ୍‌ରେ ତ୍ରିପୁରାର ଦେ ଅଦ୍ରିଜାଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ଲକ୍ଷ୍ମୀ ସାଏ ଆରାଧ୍ୟା ରାଚାପୁଡି, ଉତ୍ତରପ୍ରଦେଶର ଅଗ୍ରୀମା ସିଂ, ତେଲେଙ୍ଗାନାର ଅବନି ବିକ୍ରମ ଗୋବିନ୍ଦ, ଗୁଜୁରାଟର ଆର୍ଶିଆ, ହରିଆଣାର ଜୁଏଲ ରାଣା, ପଶ୍ଚିମବଙ୍ଗର ଆର୍ୟାମା ଚକ୍ରବର୍ତ୍ତୀ, ଆସାମର ଶୁଭଶ୍ରୀ ସ୍ମିତା ବରୁଆତି, ମହାରାଷ୍ଟ୍ରର ସରଜୁ ରଞ୍ଜନେ, ତାମିଲନାଡୁର ୟାଝିନି ଏସ୍‌କେ, କର୍ଣ୍ଣାଟକର କୀର୍ତ୍ତି ବାଲାଜୀ, ପଞ୍ଜାବର ମେହବିଶ୍‌ କୌର ଓ ଅନ୍ୟମାନେ ନିଜ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଦ୍ୱିତୀୟ ଦିନର ବିଭିନ୍ନ ରାଉଣ୍ଡ ଖେଳ ଜାରି ରହିଛି । ଗୁରୁବାର ତୃତୀୟ ଦିନରେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ଖେଳାଳୀଙ୍କ ମଧ୍ୟରେ ଟକ୍କର ହେବ । ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରଦେଶର ପ୍ରତିଭାବାନ୍‌ ଖେଳାଳୀମାନେ ପ୍ରତିପକ୍ଷ ଖେଳାଳୀଙ୍କୁ କଡା ଟକ୍କର ଦେଇଥିଲେ । ଏହି ଜାତୀୟ ଚମ୍ପିଆନ୍‌ସିପ୍‌ରେ ଭାରତୀୟ ବ୍ୟାଡ ମିଣ୍ଟନ ସଂଘ ଉପସଭାପତି ଏସ୍‌. ମୁରଲୀଧରଣ, ଆନ୍ତର୍ଜାତୀୟ ଖେଳାଳୀ ସମ୍ପନ୍ନ ଉଦୟ ସାନେ, ବୈଷୟିକ କମିଟିର ରାକେଶ ଶେଖର, ଆଇନ୍‌ସି ଦଥାନ, ସୁଧୀର ଭାର୍ବେ, ସାଙ୍ଗଠନିକ ସମ୍ପାଦକ ଲିଲିନ୍‌ କୁମାର, ରାଜ୍ୟ ସଂଘ ଉପସଭାପତି ପ୍ରଦୀପ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି । ଜିଲା ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ତଥା ଆୟୋଜକ କମିଟି ସଂଯୋଜକ ସୁରୁଲାଲ ମଟାରୀ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।

Leave A Reply

Your email address will not be published.