୫ ଦଫା ଦାବୀ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ଘେରାଉ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଜେପି ରାଜ୍ୟ ସଭାପତିଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟର ୩୧୪ ବ୍ଲକରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ବ୍ଲକ ଘେରାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ଜାରି ରହିଛି । ଦୀର୍ଘ୨୪ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ପିସି କାରବାର, ଆବସ ଯୋଜନାରେ ଦୁର୍ନୀତି, ନାରୀ ନିର୍ଯ୍ୟାତନା, ପାଇଖାନା ଦୁର୍ନୀତି, ଚିତଫଣ୍ଡ ଦୁର୍ନୀତି, ଦାଦନ ସମସ୍ୟା, ରାସନ କାର୍ଡ ଦୁର୍ନୀତି, ଭତ୍ତା ଦୁର୍ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, କେନ୍ଦ୍ରୀୟ ଯୋଜନାର ବାଟମାରଣାକୁ ନେଇ ଆଜି ବିଜେପି ତରଫରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକରେ ଜନ ଆକ୍ରୋଶ ରାଲି କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିଜେପି ନେତା ଓ କର୍ମୀମାନେ ବ୍ଲକ ଘେରାଉ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ଶହ ଶହ ଯୋଗ୍ୟ ହିତାଧିକାରୀ ନିଜ ନିଜ ଅଭିଯୋଗ ପତ୍ର ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରହିଥିଲେ ଶହ ଶହ ମହିଳାଙ୍କ ସହିତ ବିଜେପି ପ୍ରତିନିଧି ଦଳ । ପ୍ରଥମେ ବଙ୍ଗୋମୁଣ୍ଡା ବସଷ୍ଟାଣ୍ଡ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ଅନୁପସ୍ଥିତିରେ ଏକାଉଣ୍ଟ ଅଫିସର ଜ୍ୟୋତିପ୍ରକାଶ ମିଶ୍ରଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ବ୍ଲକ ଘେରାଉରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବିଜେପି ବଙ୍ଗୋମୁଣ୍ଡା ମଣ୍ଡଳ ସଭାପତି ଖୀରସିନ୍ଧୁ ବଚ୍ଛା, ସିନ୍ଧେକେଲା ମଣ୍ଡଳ ସଭାପତି ମୁନିରାମ ନାଗ, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ, ଥବିର ଚନ୍ଦ୍ର ବାଗ, ପୂର୍ବତନ ଜିଲ୍ଲା ପରିଷଦର ସଦସ୍ୟା ଛନ୍ଦାରାଣୀ ନାଏକ, ଭାଲୁମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ବସନ୍ତ ମେହେର, ନରସିଂହ ଥନାପତିଙ୍କ ସମେତ ଶତାଧିକ ବିଜେପି କର୍ମୀମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.