csstore

ବାସନ୍ତୀ ପାଠାଗାରରେ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାଠାଗାର ପରିସରରେ ସାମାଜିକ ପ୍ରତିବଦ୍ଧତା ନେଇ ଏକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲର ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ଵରୁପ ଯୋଗଦେଇ ବିଶେଷ କରି ଗୋଡ଼, ଆଣ୍ଠୁ, କାନ୍ଧ, ପାଦଗଣ୍ଠି ଯନ୍ତ୍ରଣା ଓ ଏହାର ନିରାକରଣ ଦିଗରେ ଆଲୋଚନା କରିବା ସହ ଉପସ୍ଥିତ ଶ୍ରୋତାଙ୍କ ସହ ଭାବ ବିନିମୟ, ସେମାନଙ୍କ ପ୍ରଶ୍ନର ଉତ୍ତର ଓ ପ୍ରୋଜେକ୍ଟର ମାଧ୍ୟମରେ ବୁଝାଇଥିଲେ । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ଵରେ ଆୟୋଜିତ ଏହି କର୍ମଶାଳାରେ ସର୍ବଶ୍ରୀ ଦୁର୍ଯ୍ୟୋଧନ ସାହୁ, ଅର୍ଚ୍ଚନା ସାହୁ, ସରୋଜ ପାତ୍ର, ଶରତ ରାଉତ, ମାନସ ଧଳ, କୁଳମଣି ଦାସ, ଗୀତାଞ୍ଜଳି ମହାରଣା, କୌଶଲ୍ୟା ମହାରଣା, ରଶ୍ମିରେଖା ପଣ୍ଡା, ନିରୁପମା ଚାନ୍ଦ, ବିଦ୍ୟୁତପ୍ରଭା ସାବତ, ପି କେ ସାବତ, ନାରାୟଣ ଖଣ୍ଡେଲୱଲ, ହିମାଂଶୁ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ସୁବାସ ମହାପାତ୍ର, ସଂଗ୍ରାମପ୍ରିୟ ତନ୍ତୀ, ନାରାୟଣ ନାୟକ, ଗଗନାନନ୍ଦ ପ୍ରଧାନ, ପ୍ରମୋଦ କୁମାର ମଲ୍ଲିକ, ଏସ୍‌ ଅରୁଣ ପାତ୍ର, ପି ପ୍ରଣତୀ ପାତ୍ର, ବିନ୍ଦୁ, ଓକିଲ ପାତ୍ର, ସୁବାସିନୀ ପ୍ରଧାନ, ସବିତା ସାହୁ, ଜ୍ୟୋତି ମହାପାତ୍ର, ବିଭୁଦତ୍ତ ବେହେରା, ଅନୀଲ ପଣ୍ଡା, ପ୍ରକାଶ ଚନ୍ଦ୍ର ପାଢ଼ୀ, ଲକ୍ଷ୍ମଣ, ବସନ୍ତ ମହାରଣା, ଡା.ଜି ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.