ସେଞ୍ଚୁରିଅନ ବିଦ୍ୟାଳୟରେ ବିଜ୍ଞାନ, କଳା ଓ ହସ୍ତକର୍ମର ପ୍ରଦର୍ଶନୀ ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ଓ ଜେ.ଆଇ.ଟି.ଏମର ମିଳିତ ସହଯୋଗରେ ବିଜ୍ଞାନ, କଳା ଓ ହସ୍ତକର୍ମର ଏକ ପ୍ରଦର୍ଶନୀ ମେଳା ଉଦ୍‌ଯାପିତ ହୋଇଯାଇଛି । ଉତ୍ସବଟିର ଶୀର୍ଷକ ଇଠଇଘଞଋ- ୨୦୨୩- ରଖାଯାଇଥିଲା । ପୂର୍ବାହ୍ନ ୧୦ଟା ସମୟରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ.ପ୍ରଦୀପ କୁମାର ଷଡ଼ଙ୍ଗୀ ଉତ୍ସବର ଉଦ୍‌ଘାଟନ କରିଥିଲେ । ଉତ୍ସବର ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ଫର୍ମାସୀ ବିଭାଗରେ ଅଧ୍ୟାପିକା ଡ଼ ସାରୀପଲ୍ଲୀ ରାଜେଶ୍ୱରୀ ଓ ଅଧ୍ୟାପକ ବିଶ୍ୱଜିତ ଆଚାର୍ଯ୍ୟ ଯୋଗଦାନ କରିଥିଲେ । ପ୍ରଦର୍ଶନୀ ମେଳାରେ ୩୦୦ ଛାତ୍ର, ଛାତ୍ରୀ ଉଭୟ ବିଜ୍ଞାନ ଓ କଳା, ହସ୍ତକର୍ମ ବିଭାଗରେ ଅଂଶଗ୍ରହଣ କରିଥିଲେ । ୧୦୦ରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ମେଳା ପାଇଁ ଏବଂ ୧୨୦ ଜଣ ଛାତ୍ର, ଛାତ୍ରୀ କଳା ଓ ହସ୍ତକର୍ମ ବିଭାଗରେ ନିଜର ପ୍ରତିଭା ଓ କଳାତ୍ମକ ସୃଜନଶୀଳତାକୁ ପ୍ରଦର୍ଶିତ କରିଥିଲେ । ପ୍ରଦର୍ଶନୀ ମେଳାର ମୁଖ୍ୟ ଆକର୍ଷଣ ଥିଲା ଅଯୋଧ୍ୟାର ଶ୍ରୀରାମ ମନ୍ଦିରର ଅବିକଳ ପ୍ରତିକୃତି । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମାପିତ ହୋଇଥିଲା । କାର୍ଯ୍ୟକ୍ରମରେ ଜେଆଇଟିଏମ୍‌ ସିଏଚ୍‌ଏସ୍‌ଇ ବିଜ୍ଞାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଆଞ୍ଚଳିକ ନିର୍ଦେଶକ ଶ୍ରୀ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ ଓ କଳା ଓ ହସ୍ତକର୍ମର ସମସ୍ତ ପ୍ରତିକୃତି ବିଚାରକ, ଅଭିଭାବକ, ଅଭିଭାବିକା ଓ ଦର୍ଶକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଅନୁଷ୍ଠାନର ଏଭଳି ପ୍ରୟାସ ପାଇଁ ସହରର ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.