ଟିଟିଲାଗଡରୁ ବଲାଙ୍ଗିର ଯିବା ମୁଖ୍ୟ ରାସ୍ତାର ବାଞ୍ଜିଝାଲ ଓ ଶିକେର ଗ୍ରାମ ରାସ୍ତା ପିଚୁ କାମ ନିମ୍ନ ମାନର ଅଭିଯୋଗ କଲେ ଗ୍ରାମବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାରଙ୍କ ଦ୍ୱାରା ଲୋକଙ୍କ ଗମନାଗମନ ପାଇଁ ରାସ୍ତା ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ଠିକା ପାଇବା ପାଇଁ ଠିକାଦାରମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ସହ କମ୍‌ ଟଙ୍କାରେ ଟେଣ୍ଡର ପାଇ ନିଜର ଲାଭ ଖୋର ମନବୃତି ଯୋଗୁଁ ଅତି ନିମ୍ନମାନର କାମ କରୁଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଶିକେର ଗ୍ରାମରୁ ଶିକେର ମଦ ଭାଟି ଯାଏଁ ଏବଂ ବାଞ୍ଜିଝାଲ ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟର ୨୪ ଘଣ୍ଟା ନ ପୁରୁଣୁ ପିଚୁ ଉଠି ଗଲାଣି, ଚିପ୍ସ ବାହାରି ପଡ଼ିଲାଣି, ପୁରୁଣା ରାସ୍ତା ଉପରେ ଗୋଟିଏ ପରସ୍ତ ପତଳା ପିଚୁ ଢାଳିବା ଫଳରେ ସବୁ କାଢି ହୋଇଗଲାଣି । କେବଳ ଫଫସି ଛକରେ ଭଲ କାମ ହୋଇଥିବା ବେଳେ ଏହି ଦୁଇ ଗ୍ରାମରେ କାହିଁକି ଏପରି ଅବ୍ୟବସ୍ଥା ବୋଲି ଲୋକେ ପ୍ରଶ୍‌ଶ୍ନ କରିବା ସହ ସରକାର କା ମାଲ ଦରିଆ ମେ ଡ଼ାଲ ସଦୃଶ ବିକାଶ କାର୍ଯ୍ୟରେ ଠିକାଦାର ପୋଷା ନୀତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ଲୋକଙ୍କ ଟ୍ୟାକ୍ସ ପଇସାରେ ବିକାଶ କାର୍ଯ୍ୟରେ ଠିକାଦାର ନିଜର ସ୍ବାର୍ଥ ପାଇଁ ଏଭଳି ଖରାପ କାମ ଯୋଗୁଁ ଲୋକଙ୍କ ଜୀବନ ଯିବା ସ୍ଵାଭାବିକ । ଏନେଇ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.