ପଦ୍ମପୁର ଉପଖଣ୍ଡ ଯାଦବ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିିକେଲ ଡି.ଓ. ଅଫିସ୍‌ ପାଖରେ ଶତାଧିକ ସଂଖ୍ୟାରେ ଯାଦବ ଭାଇ ବନ୍ଧୁ ଓ ମା’ ଭଉଣୀ ଉପସ୍ଥିତ ହୋଇ ମା’ ସମଲେଶ୍ୱରୀ ଓ ଯୋଗେଶ୍ୱର ଶ୍ରୀକୃଷ୍ଣଙ୍କ ପୂଜା କରାଯାଇଥିଲା । ସମ୍ମାନୀତ ଉପଖଣ୍ଡ ସଭାପତୀ, ଉପ ସଭାପତି ଓ ସେବା ପ୍ରମୁଖଙ୍କୁ ପୁଷ୍ପମାଲ୍ୟ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପଦ୍ମପୁର ବ୍ଲକ ଉପଖଣ୍ଡ ସଭାପତି କେଶବ ଚନ୍ଦ୍ର ଜାଲଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ବରିିକେଲ ପଞ୍ଚାୟତର ନୂୂତନ କମିଟି ଗଠନ ହୋଇଯାଇଛି । ସଭାପତି ମୁରଲୀଧର ବନଛୋର, ସଂପାଦକ ଗଙ୍ଗାଧର ଜାଲ, କୋଷାଧ୍ୟକ୍ଷ ରାଜେଶ ବାଙ୍କ, ସଂସ୍କାର ପ୍ରମୁଖ ଘନ ବଗର୍ତ୍ତୀ, ଯୁବଯାଦବ ସଭାପତି ଗୋପାଳ ନିଆଲ, ସୂଚନାପ୍ରମୁଖ ପ୍ରଶାନ୍ତ ବାଗ, ସଭାନେତ୍ରୀ ଗୀତାଞ୍ଜଳି ବନଛୋର, ସଂପାଦୀକା ନମୀତା ବନଛୋର, କାର୍ଯ୍ୟକାରୀ ସଦସ୍ୟ ରାଜେନ୍ଦ୍ରବାଗ, ଚିତ୍ତରଞ୍ଜନ ବାଗ, ଯୁଧିଷ୍ଠିର ପାଣ୍ଡେ, ମକାରୁ ପାଣ୍ଡେ, ବାବୁଲାଲ ଧରେଇ, ଉପଦେଷ୍ଟା ମଣ୍ଡଳୀ କୁମର ବାଗ, ସୁନୀଲ ନିଆଲ, ଗଣେଶ ବାଗଙ୍କୁ ସମସ୍ତଙ୍କ ସହମତିରେ ମନୋନୀତ କରାଯାଇଛି । ଏହି ବୈଠକରେ ଉପଖଣ୍ଡର ସାଧାରଣ ସମ୍ପାଦକ ଓମ୍‌ ପ୍ରକାଶ ଭୋଇ ପରିଚୟ ପ୍ରଦାନ କରିଥିଲେ । ଉପ ସଭାପତି ଦେବାର୍ଚନ ବାଗ, ସେବା ପ୍ରମୁଖ କଂଗ୍ରେସ ହଂସ, ଉପଦେଷ୍ଟା ସଦସ୍ୟ ଏବଂ ଜିଲ୍ଲା ସଭାପତି ରାଜୁ ଘିବେଲା, କୋଷାଧ୍ୟକ୍ଷ ମହନ ବନଛୋର, ପଦ୍ମପୁର ବ୍ଲକ ଉପ ସଭାପତି କାରଣୀ ସଦସ୍ୟ ଶ୍ରୀନିବାସ ବାଗ, ଡୁଗୁରୁ ଭୋଇ, ସାଧୁ ପୋଢ, ନିଳାଦ୍ରୀ ମହାକୁର, ଖଗେଶ୍ୱର ବାଗ, ନୀଳମଣି ବାଗ, ଗାଇସିଲେଟ ବ୍ଲକ ସଭାପତି ସପ୍ତସିନ୍ଦୁ ବଗର୍ତ୍ତି, ଉପସ୍ଥିତ ଥିଲେ । ଉପଖଣ୍ଡ ସଭାପତି ଯାଦବ ସମାଜର ସଂସ୍କୃତି ଏବଂ ଇତିହାସ କୁ ମନେପକାଇ ଦେଇଥିଲେ ଯେ, ପୂର୍ବରୁ ଯେମିତି ଭାରତ ବର୍ଷରେ ନେତୃତ୍ୱ ନେଉଥିଲା ଯାଦବ ସମାଜ, ଆଗାମୀ ଦିନରେ ସେହିପରି ନେତୃତ୍ୱ ନେବା ପାଇଁ ଯୁବ ଯାଦବ ଏବଂ ନାରୀ ନେତୃ ମଣ୍ଡଳୀକୁ ଆହ୍ୱାନ ଦେବା ସହିତ ସଙ୍ଗଠନକୁ ମଜବୁତ କରିବା, ଶିକ୍ଷା, ସଂସ୍କାର, ଆର୍ଥିକ, ରାଜନୈତିକ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ନେବା ପାଇଁ ମାର୍ଗଦର୍ଶନ ଦେଇଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.