ଭୁବନେଶ୍ୱରଠାରେ ସାମ୍ବାଦିକ ରାଜୀବ ସଗରିଆଙ୍କୁ ଲୋକସ୍ଵର ସମ୍ମାନ ୨୦୨୩ରେ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଭୁବନେଶ୍ଵର ଲୋହିଆ ଏକାଡ଼େମୀଠାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ବରିଷ୍ଠ ସାମ୍ବାଦିକ ରାଜୀବ ସଗରିଆଙ୍କୁ ଭୂବନେଶ୍ୱର ଲୋକସ୍ଵର ସମ୍ମାନ ୨୦୨୩ରେ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ସଭାରେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଶତାଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତ ସଭାକୁ ଦେବପ୍ରସାଦ ରାୟ ଚୌଧୁରୀ ସଭାପତିତ୍ୱ କରିଥିଲେ । ଗୋଲ୍ଡମ୍ୟାନ ସମ୍ମାନୀତ ପ୍ରଫୁଲ୍ଲ ସାମନ୍ତରା, ପ୍ରଫେସର ମନୋରଞ୍ଜନ ମହାନ୍ତି, ବ୍ରଜକିଶୋର ପ୍ରଧାନ ଓ ଡ଼ଃ ଧନେଶ୍ୱର ସାହୁ ମଞ୍ଚରେ ଆସିନ ଥିଲେ । ସାଧାରଣ ଲୋକଙ୍କ ସ୍ଵର ଓ ସରକାରଙ୍କ କାର୍ଯ୍ୟର ସୂକ୍ଷ୍ମ ଆଲୋଚନା କରି ସାମ୍ବାଦିକ ଶ୍ରୀ ସଗରିଆ ସରକାରଙ୍କୁ ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରି ତାହାର ସମାଧାନ ପାଇଁ ଦୀର୍ଘ ବର୍ଷରୁ ପଥ ପ୍ରଦର୍ଶନ କରି ଆସୁଥିବା ବିଷୟ ଅତିଥି ମାନେ କହିଥିଲେ । ଲୋକସ୍ଵର ସମ୍ମାନରେ ସମ୍ମାନୀତ ହୋଇଥିବା ଯୋଗୁଁ ଅନେକ ଯୁବ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସଗରିଆଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ପାଇବା ମାତ୍ରେ ବଙ୍ଗୋମୁଣ୍ଡା ସମେତ ବଲାଙ୍ଗିର ଓ ଭୁବନେଶ୍ୱରରେ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.