jayashree

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀମାନଙ୍କର ସମନ୍ୱିତ ବିକାଶ ଉଦ୍ଦେଶ୍ୟ ନଭେମ୍ବର ୧୫ରୁ ଡିସେମ୍ବର ୩୧ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ବୋଲି କୁହାଯାଇଛି । ସରକାରୀ ବିଜ୍ଞାନ (ସ୍ନାତକ) ମହାବିଦ୍ୟାଳୟର ଏହି କାର୍ଯ୍ୟକ୍ରମ ପାଇଁ ନୋଡାଲ ଅଧିକାରୀ ରାଜବାଳା ତ୍ରିପାଠୀ, ଏହି କାର୍ଯ୍ୟକ୍ରମ ପାଇଁ ସରକାରୀ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ନୋଡାଲ ଅଧିକାରୀ ଦୁର୍ଗାବାଳା ଟୁଡୁ, ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜକ ଲକ୍ଷ୍ମୀ ନାରାୟଣ ସାହୁ ଓ ବିଷ୍ଣୁ ପ୍ରସାଦ କର, ସାମାଜିକ କାର୍ଯ୍ୟକ୍ରମର ସଂଯୋଜକ ଲମ୍ବୋଦର ନାୟକ ଓ ସସ୍ମିତା ବେହେରା, କ୍ରୀଡା ସଂଯୋଜକ ଅଜିତ କୁମାର ସେଠୀ ଓ ବିଷ୍ଣୁ ଚରଣ ବେହେରା ଏବଂ ଏହି କାର୍ଯ୍ୟକ୍ରମର କାର୍ଯ୍ୟନିବାହୀ ପରିଷଦର ମୁଖ୍ୟ ପିଙ୍କି ରାଣୀ ଦେଇ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅନ୍ୟାନ୍ୟ ସହକର୍ମୀ ତଥା ଛାତ୍ର ପ୍ରତିନିଧିମାନଙ୍କ ସହ ମହାବିଦ୍ୟାଳୟର ଉଚ୍ଚମାଧ୍ୟମିକ, ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗର ବିଭିନ୍ନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.