csstore

ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରରେ ମହିଳାଙ୍କ ସଂକ୍ରାନ୍ତି ପୂଜା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରଠାରେ ମାଆମାନଙ୍କର ସଂକ୍ରାନ୍ତି ବ୍ରତର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଆଜି ପାଳିତ ହୋଇଥିଲା । ଏହି ଉତ୍ସବରେ ପୂଜକ ଭାବେ କାଶୀନାଥ ଦାସ ଓ ରାଜକୁମାର ଦାସ ଏବଂ ସୁନ୍ଦରକାଣ୍ଡ ପାରାୟଣ ଭାବେ ଗାୟକ ସଂଜୀବ ଯୋଶୀ ନିଜ ନିଜର ଦାୟିତ୍ଵ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବଜାରପଡା ଓ ଷ୍ଟେସନପଡାର ୨୫ ଜଣ ଦମ୍ପତି ସହିତ ଅନ୍ୟ ଛଅ ଜଣ ଦୀର୍ଘ ଏକ ବର୍ଷ ଧରି ସଂକ୍ରାନ୍ତି ବ୍ରତ ପାଳନ କରି ଆସୁଥିଲେ । ଏଥିରେ ମନ୍ଦିର ପରିଚାଳନା କମିଟି ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ବ୍ରତ ପାଳନ କରି ଥିବା ଦମ୍ପତି ସୁଭାଷିନୀ ମହାରଣା, ତପସ୍ଵିନୀ ପୋଢ଼, ଆରତୀ କର, ସସ୍ମିତା ବଡଜେନା, ଲତା ନାଗ, ରୀତ ବେହେରା, ସବିତା ଦାସ, ସସ୍ମିତା ମହାରଣା, ଗୀତ ସାହୁ, ସମ୍ସିତ ପୃଷ୍ଟି, କୁମୁଦିନୀ କୁଆଁର, ପୁଷ୍ପଲତା ଧିର, ବିଳାସିନୀ ଆଡଯୁଆଡ, ବନିତା ଖର୍ସେଲ, ସପନ ଖର୍ସେଲ, ପୂଜା ଖର୍ସେଲ, କମଳିନୀ ନାଗ, ସସ୍ମିତା ମହାକୁର, ସିନ୍ଧୁ କୁମାରୀ ରାଉତ, ବାସନ୍ତୀ ଖର୍ସେଲ, ହିମାଦ୍ରି ଜାଲ, ହେମବନ୍ତି ହାତୀ, ହିର ବାଗ, ଜୟମତି ଭୁଏ, ବିଷ୍ଣୁପ୍ରିୟା ପାଣି, ଉପାଶି ସାହୁ, ସୁଜାତା ମହାନ୍ତି, ବିନତି ଭୋଇ, ବିଶାଖା ପତ୍ର, ସରସ୍ୱତୀ ନାୟକ, ବିନୋଦିନୀ ଖର୍ସେଲ, ତପସ୍ଵିନୀ ପଧାନ, ରିତା ସାହୁ, ସୁଭାଷିନୀ ଖର୍ସେଲ, ପୁଷ୍ପାଞ୍ଜଳି ଖର୍ସେଲ, କୌଶଲ୍ୟା ଆଡଯୁଆଡ, ସଂଯୁକ୍ତ ସାହୁ, ପୁଷ୍ପାଞ୍ଜଳି କେତକୀ । ଏହି ବ୍ରତ ପାଳନରେ ରାଧାକୃଷ୍ଣ ଓ ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ରାଜୀବ କୁମାର ମହାନ୍ତି, ସଦସ୍ୟ ବୃନ୍ଦ ଭୀଷ୍ମରାଜ ମେହେର, କୃତିବାସ ଦାସ, ସୁଧୀର ପାଣି, ପ୍ରବୀର କମ୍ପ, ସୁଧାଂଶୁ ପୋଢ଼ ଯାଦବ, ତରୁଣ ପୋଢ଼, ହିମାଂଶୁ ଜାଲ, ରାମଚନ୍ଦ୍ର ମହାରଣା, ଚିନ୍ତାମଣି ମହାରଣା, ଟିକୁ ପୁଝାରୀ, କରନ ଜାଲ, ବିଶ୍ୱଜିତ୍ ଦାସ, ରାମକୃଷ୍ଣ ଆଡଯୁଆଡ, ପିଙ୍କୁ ହାତୀ, ମୋହିତ କେତକୀ, ରମାରଞ୍ଜନ ପାତ୍ର, ରମାରଞ୍ଜନ ମାହାକୁର, ରୋହନ ବନଛୋର୍, ଧିରୁ ନାଗ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.