ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗାଁର ରମେଶ ଭୋଇ, ପିତା ଲବ ଭୋଇ ୧୦ ଏକର ଜମିରେ ଧାନ ଚାଷ କରିଥିଲେ । ଫସଲରେ ବିଭିନ୍ନ ରୋଗ ପୋକ ଏବଂ ନିଅଣ୍ଟିଆ ପାଣି ଯୋଗୁଁ ଫସଲ ଅର୍ଦ୍ଧାଧିକ ନଷ୍ଟ ହୋଇଯିବା ଯୋଗୁଁ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ । ତଥାପି ମଧ୍ୟ ସେ ନିଜ ବିଲରେ କିଟ ନାଶକ ଔଷଧର ସିଞ୍ଜନ କରିବା ସମୟରେ ଅଧିକ ମ୍ରିୟମାଣ ହୋଇ ନିଜେ ବିଷ ପାନ କରିଥିଲେ । ଖବର ପାଇ ଘର ଲୋକେ ତୁରନ୍ତ କ୍ଷେତକୁ ଯାଇ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣୁଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା । ତୁରନ୍ତ ମୃତ ଚାଷୀ ରମେଶ ଭୋଇଙ୍କ ପରିବାରକୁ ୫୦ ଲକ୍ଷ ଆର୍ଥିକ ଅନୁକମ୍ପା ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ଦେବା ପାଇଁ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର ପ୍ରେସ ବିବୃତି ମାଧ୍ୟମରେ ଦାବୀ ରଖିଛନ୍ତି ।
Prev Post
Next Post