lika

କପିଲାଭଟାରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନା ପୂଜା ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଶୋଭା ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ମୁଖ୍ୟବକ୍ତା ଭାବେ କପିଲାଭଟା ପଂଚାୟତ ଯାଦବ ମହାସଭାର ସଭାପତି ଜିତେନ୍ଦ୍ର ହଂସ, ସମ୍ମାନୀୟ ଅତିଥି ଭାବେ କପିଲାଭଟା ଗ୍ରାମ ପଞ୍ଚାୟତର ସରପଂଚ ତୁଲସେ ଭୋଇ, ସମିତି ସଭ୍ୟ କେଦାର ଭୋଇ, ସମାଜସେବୀ ଦୁର୍ଦ୍ଦକ୍ଷ ହଂସ, ମା’ ସାହାଜୀ ଯୁବକ ସଂଘର ସଂଯୋଜକ ପୃଥିରାଜ ବାଗ, ବଲଧା ପଂଚାୟତର ସରପଂଚଙ୍କ ପ୍ରତିନିଧି ସଦାନନ୍ଦ ତାଣ୍ଡି, ଅଲଣ୍ଡା ପଂଚାୟତର ସରପଂଚଙ୍କ ପ୍ରତିନିଧି ଯୁବରାଜ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅଂଚଳରେ ଏହି ପୂଜା ପ୍ରଥମ କରି ହେଉଥିବାରୁ ଅଂଚଳ ଗୋଟିଏ ପ୍ରକାର ଉତ୍ସବ ମୁଖର ହୋଇପଡିଛି । ଏହି ଉତ୍ସବ ଆଗାମୀ ଦିନରେ ମହୋତ୍ସବ ରୂପ ଧାରଣ କରୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଆବାହକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ଦର୍ଶକମାନେ ଉପଭୋଗ କରିଥିଲେ । ପ୍ରତ୍ୟହ ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ସୋମବାର ଅପରାହ୍ନରେ ସ୍ଥାନୀୟ ସହଦେବ ବନ୍ଧରୁ କଳସ ଆଣି ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ପୂଜାସ୍ଥଳରେ ସ୍ଥାପନ କରିଥିଲେ । ସ୍ଥାନୀୟ ଅଂଚଳରୁ ଗିରି ଆଣିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଗିରି ଗୋବର୍ଦ୍ଧନ ପୂଜାରେ କର୍ତ୍ତା ଭାବେ ଦୟାକର ଗହିର ଓ ତାଙ୍କ ସହଧର୍ମଣୀ ସୁରୁବାଲି ଗହିର ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ଭାଲୁମୁଣ୍ଡା ଗାଁର ପ୍ରଦୀପ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଆଜି ମଙ୍ଗଳବାର ପୂଜା ଆରମ୍ଭ ହୋଇ ବୁଧବାର ପୂର୍ଣ୍ଣାହୂତୀ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଲିଛି ।

babaa
Leave A Reply

Your email address will not be published.