- ଜଟିଆ ପାହାଡ଼ ଫଟାଇ ବାଲି ବଦଳେ ମାଟି ପକାଇ କୋଠା ନିର୍ମାଣ ଭର୍ତ୍ତି ଅଭିଯୋଗ
- ତହସିଲଦାରଙ୍କ ଦ୍ୱାରା ୬୦ ହଜାର ଟଙ୍କା ଜରିମାନା ପକାଇଲା ପ୍ରଶାସନ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ବ୍ଲକଠାରେ ଚାଲିଥିବା ଏକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଉ ବେଳେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ମାଣ କରୁଥିବା ଏକ ଘରୋଇ କମ୍ପାନୀ ଏମ୍ବିସିସିକୁ ଦାୟିତ୍ଵ ଦିଆଯାଇଥିଲା ତେବେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ଚାଲିଥିବା ବେଳେ ପାଖରେ ଥିବା ଜଟିଆ ଡୁଙ୍ଗୁରିକୁ ବେଆଇନ ଭାବେ ଜେସିପି ମାଧ୍ୟମରେ ପାହାଡକୁ ଫଟାଇ ମାଟି ଆଣି ନିର୍ମାଣ ହସ୍ପିଟାଲରେ ତିଆରି ହେଉଥିବା ସ୍ଥାନରେ ମାଟିରେ ଭର୍ତି କରାଯାଉଥିବା ଅଭିଯୋଗ ହେଉଛି । ଏହି ଡାକ୍ତରଖାନା ନିର୍ମାଣ ପାଇଁ ୧୦ ଗୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଛି । ଏହି କାର୍ଯ୍ୟ ଚାଲିଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ଦେଖା ଦର୍ଶନ ମିଳୁନାହିଁ ବୋଲି ଅଭିଯୋଗ ହୋିଛି । ଯାହାଫଳରେ ଠିକାଦାର ବେଡ଼ଧକ ଭାବେ ନିର୍ମାଣାଧୀନ କାର୍ଯ୍ୟରେ ବାଲି ବଦଳେ ମାଟି ପକାଉଥିବା ଅଭିଯୋଗ ହେଉଛି । ଏପରିକି ଥିବା ବିଡ଼ିଓ, ମେଡିକାଲ ଅଫିସର କିମ୍ବା ଅନ୍ୟ ଅଧିକାରୀମାନେ ଦେଖି ଆସୁ ନ ଥିବାରୁ ବୃଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଖବର ପାଇ ସ୍ଥାନୀୟ ତହସିଲଦାର ମାନସଫିଲ କେରକେଟା, ସଇଁତଲା ବନ ବିଭାଗ ରେଞ୍ଜର ସଂଘମିତ୍ରା ଭୋଇ ଓ ସଇଁତଲା ରାଜସ୍ଵ ନିରୀକ୍ଷକ ନମ୍ରତା ବାରା ପହଞ୍ଚି ଘଟଣାସ୍ଥଳରୁ ଏକ ଜେସିବି ଗାଡ଼ି ଓ ଏକ ଟ୍ରାକ୍ଟର ଜବତ କରିବା ସହ ୬୦ ହଜାର ଟଙ୍କା ଜରିମାନା ପକାଇଥିବା ଜଣାପଡିଛି । ଅନ୍ୟପକ୍ଷରେ କିଛି ମୂଲ୍ୟବାନ ଗଛ ମଧ୍ୟ କମ୍ପାନୀ କାଟି ଦେଇଥିବାରୁ ସଇଁତଲା ଫରେଷ୍ଟର ଆଶୁତୋଷ ମହାକୁଡ଼ଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଠିକାଦାରଙ୍କୁ ଡକାଯାଇଛି । ତେଣୁ ଏକ ମାମଲା ରୁଜୁ କରି ଜାରିମାନା ଆଦାୟ କରାଯିବ ବୋଲି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ । ଏଣୁ ଜିଲ୍ଲା ପ୍ରଶାସନ ଏ ନୂତନ ହସ୍ପିଟାଲ ନିର୍ମାଣ ଉପରେ କଡା ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।