oom

ଡେଲାଙ୍ଗରେ କୃଷି ଭିତ୍ତିକ ଯନ୍ତ୍ର ପ୍ରଦର୍ଶନୀ ମେଳା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୃଷି ସୂଚନା ପରାମର୍ଶ କେନ୍ଦ୍ର ଓ ଡେଲାଙ୍ଗ କୋଠବାଡ଼ ଗ୍ରାମ ପଞ୍ଚାୟତର ମିଳିତ ଆୟୋଜନରେ କୃଷି ଓ କୃଷକ ସଶକ୍ତିକରଣ ନେଇ ତଥା ଆଧୁନିକ ବୈଷୟିକ ଯନ୍ତ୍ରପାତି ଓ ଜ୍ଞାନ କୌଶଳ ପ୍ରୟୋଗ କରି କୃଷି ବିକାଶ ଓ କୃଷକର ସମୃଦ୍ଧି ପାଇଁ ଶୁକ୍ରବାର ଡେଲାଙ୍ଗ କୋଠବାଡ଼ ପଂଚାୟତ ପରିସରରେ ଏକ କୃଷି ଭିତ୍ତିକ ଯନ୍ତ୍ର ପାତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ମଣ୍ଡଳ କୃଷି ଅଧିକାରୀ ମାନଷୀ ମୃଦୁଭାଷିନୀ ପଶାୟତ, କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପତି, ସହକାରୀ ଯନ୍ତ୍ରୀ ପାର୍ଥସାରଥୀ ମୂର୍ତ୍ତି, ସହକାରୀ କୃଷି ଅଧିକାରୀ ସନାତନ ସାହୁ, ଆତ୍ମାର ସଭାପତି ମିନତୀ ସେନାପତି, ବୈଷୟିକ ପରିଚାଳକ ଜ୍ଞାନ ରଞ୍ଜନ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାଇଁ ସପ୍ଲାଇ ଏଜେନ୍ସି, ଓମ୍‌ ସାଇ ଟ୍ରେଡର୍ସ, ସାଇ ସପ୍ଲାଇ ଏଜେନ୍ସି, କରିସ୍ମା ମୋଟର୍ସ, ଫାର୍ମ ମେସିନାରୀ ପିପିଲି, ଶ୍ରୀଭିସ, ଖୋର୍ଦ୍ଧା, ଅନୁସୂୟା ଏଣ୍ଟ୍ରାପ୍ରାଇଜେସ, ଜଟଣୀ ପ୍ରମୁଖ କୃଷି ଉପାଦକ ଯନ୍ତ୍ର ପାତି ବିକ୍ରେତା ଏଜେନ୍ସି ମାନେ ଏଠାରେ କ୍ଷୁଦ୍ର ଧାନ କଳ, ଧାନ କଟା ଯନ୍ତ୍ର, ଧାନ ଅମଳ ଯନ୍ତ୍ର, ପାଣି ଉଠା ଯନ୍ତ୍ର, ତେଲ ଅମଳ ଯନ୍ତ୍ର, ଘାସ କଟା ଯନ୍ତ୍ର, ଚାଷ ଲଙ୍ଗଳ, ମିନି ପୱାର ଟିଲର, ପାୱାର ଉଇଡ଼ର, ଗାତଖୋଳା ମେସିନ, ପେପର ପ୍ଲେଟ ମେସିନ, ଅଟା ମେସିନ ଆଦି ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ମେଳାରେ ପ୍ରଦର୍ଶିତ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା, ପୁରୁଷ ଓ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ କୃଷି ଯନ୍ତ୍ରପାତି କ୍ରୟରେ ସ୍ୱତନ୍ତ୍ର ସରକାରୀ ରିହାତି ବ୍ୟବସ୍ଥା ରଖାଯାଇଛି ବୋଲି ବିଭିନ୍ନ ଫାର୍ମ ଏଜେନ୍ସିମାନେ ଦର୍ଶାଇଥିଲେ ।

jittmm
Leave A Reply

Your email address will not be published.