oom

ଜୟ ଦୁର୍ଗା ଫୁଟ୍‌ବଲ୍‌ କମିଟି ବାଗଭାଡି ପକ୍ଷରୁ ଫୁଟ୍‌ବଲ୍‌ ମ୍ୟାଚ ଆୟୋଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖୁଜେନପାଲି ଖେଳ ପଡ଼ିଆଠାରେ ଜୟ ଦୁର୍ଗା ଫୁଟବଲ କମିଟି, ବାଗଭାଡି ପକ୍ଷରୁ ଏକ ଫୁଟ୍‌ବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପାଞ୍ଚ ଦିନ ଧରି ଆୟୋଜିତ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଆଜି ପ୍ରଥମ ମ୍ୟାଚ ଖୁଜେନପାଲି ଓ ମହିମୁଣ୍ଡା ଦଳ ମଧ୍ୟରେ ଦ୍ଵିତୀୟ ମ୍ୟାଚ ବରକାନୀ ଓ ମଣିଙ୍ଗଷ୍ଟାର ମଧ୍ୟରେ ତୃତୀୟ ମ୍ୟାଚରେ ବରକାନୀ ଦଳକୁ ୨-୦ ଗୋଳ କରି ମହିମୁଣ୍ଡା ଦଳ ବିଜୟୀ ହାସଲ କରି ସେମିଫାଇନାଲରେ ପ୍ରବେଶ କଲେ । ଆଜିର ଏହି ମ୍ୟାଚରେ ଅତିଥି ଭାବେ ଶ୍ରୀମତୀ ସୂର୍ଯ୍ୟକାନ୍ତି ସାହୁ, ସମିତି ସଭ୍ୟା ଖୁଜେନ ପାଲି ଗ୍ରାମ ପଞ୍ଚାୟତ, ସମାଜ ସେବା ବିନୋଦ କାଳସାଏ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଭାବରେ ମହେନ୍ଦ୍ର ତ୍ରିପାଠୀ, ସୁରେଶ ନାଏକ ଓ ଦାମୋଦର ପଧାନ ପରିଚାଳନ କରିଥିଲେ । ଏହି ପ୍ରତିଯୋଗିତାରେ କମିଟିର ସଭାପତି ଶିବ ବାଗ, ସମ୍ପାଦକ କାନନ ସାହୁ, ଭଗବାନ ଷାଣ୍ଢ, ବିନୟ ତାଣ୍ଡି, ଉଦୟ ସାହୁ, ସନ୍ଦୀପ ସାହୁ, ଇନ୍ଦ୍ରମଣି ବଗର୍ତ୍ତି, ଭଗବାନ ପୋଡ଼, ଦୈଲତ କୁଦେଇ, ଆକାଶ ଦୀପ, ପ୍ରସାନ୍ତ ଷାଣ୍ଢ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.