csstore

ସବ୍ୟସାଚୀ ସେନାପତି ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାକୁ ମନୋନୀତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ନଭେମ୍ବର ୬ ତାରିଖରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଉଦ୍‌ଯାପିତ ହୋଇଯାଇଛି । କୁଇଜ ବରିଷ୍ଠ ବିଭାଗ ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକର କୃତି ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଡେଲାଙ୍ଗ ବ୍ଲକର ସର୍ବପଲ୍ଲୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଅଭୟମୁଖୀ ରାମଚନ୍ଦ୍ରପୁରର ଦଶମ ଶ୍ରେଣୀ ଛାତ୍ର ସବ୍ୟସାଚୀ ସେନାପତି ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ପୂର୍ବରୁ କ୍ଳଷ୍ଟରସ୍ତରୀୟ ଓ ମଣ୍ଡଳସ୍ତରୀୟ କୁଇଜ ପ୍ରତିଯୋଗିତାରେ ସବ୍ୟସାଚୀ ସେନାପତି ପ୍ରଥମ ସ୍ଥାନ ଅଧିକାର କରି ବିଚାରକ ମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡେଲାଙ୍ଗ ବ୍ଲକ ଇନ୍ଦିପୁର ଗ୍ରାମରେ ମାତା ସବିତା ପାଢ଼ୀ ଓ ପିତା ସୋମନାଥ ସେନାପତିଙ୍କ କୋଳମଣ୍ଡନ କରିଥିବା ସବ୍ୟସାଚୀ ସେନାପତି ଜଣେ ମେଧାବୀ ଛାତ୍ର ଅଟନ୍ତି । ଆସନ୍ତା ନଭେମ୍ବର ଷୋହଳ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାରେ ଶ୍ରୀମାନ ସେନାପତି କୃତକାର୍ଯ୍ୟ ହୋଇ ଡେଲାଙ୍ଗ ପାଇଁ ଗୌରବ ଆଣିବେ ବୋଲି ବୁଦ୍ଧିଜୀବୀମାନେ ଆଶା ପୋଷଣ କରିଛନ୍ତି ।

jayashree
Leave A Reply

Your email address will not be published.