oom

କ୍ରେଟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଲେ ନରସିଂହ

jsmm
  • ବିଭାଗ କ୍ରେଟ ବଣ୍ଟନ ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ : ନରସିଂହ
  • ହିତାଧିକାରୀଙ୍କ ଦ୍ୱାରକୁ ଦ୍ୱାର ଯାଇ କ୍ରେଟ ବଣ୍ଟନ କରିବା ଦରକାର : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମଳ ପରବର୍ତ୍ତି ପରିଚାଳନା ଓ ଉଦ୍ୟାନ କୃଷିର ଅମଳ ପରବର୍ତ୍ତି ବିପଣନରେ ସହାୟତା ମାଧ୍ୟମରେ ଯୋଜନା ମୁତାବକ ସ୍ୱୟଂ ସହାୟକା ଗୋଷ୍ଠୀ ହେଉ କିମ୍ବା ଚାଷୀମାନଙ୍କୁ ହେଉ ଅମଳ ପରେ ବିପଣନରେ ସହାୟତା ପାଇଁ କ୍ରେଟ୍‌ ବଣ୍ଟନ ଦ୍ୱାରା ଚାଷୀ ଲାଭାନ୍ୱିତ ହେବ ବୋଲି ଆଜିର କାର୍ଯ୍ୟକ୍ରମରୁ ଜଣାପଡୁନାହିଁ କାରଣ ଚାଷୀକୁ ଗୋଟିଏ କ୍ରେଟ ଯାହାକି ୪୪୦ ଟଙ୍କା ୯୦ ପ୍ରତିଶତ ରିହାତି ମୂଲ୍ୟରେ ପ୍ରଦାନ କରାଯାଉଛି କିନ୍ତୁ ଚାଷୀ ଦୂର ଦୂରନ୍ତରୁ ଆସି ସେ ଯେତେ ଖର୍ଚ୍ଚାନ୍ତ ହେଉଛି ରିହାତି ପାଉଥିବା ମୂଲ୍ୟଠାରୁ ବେଳେ ବେଳେ ତାର ଖର୍ଚ୍ଚ ଅଧିକ ମଧ୍ୟ ହୋଇଯାଇପାରେ ତେଣୁ ଚାଷୀଙ୍କ ହିତ ପାଇଁ କରାଯାଉଥିବା ଏହି କାର୍ଯ୍ୟକ୍ରମ ଏପରି ଭାବେ ପରିଚାଳନା କଲେ ଏହା ବହୁ ଆଡମ୍ବରରେ ଲଘୁକ୍ରିୟା ସଦୃଶ ହେବ ବୋଲି ଆଜି ବିଭାଗ ଦ୍ୱାରା ଏ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ବଲାଙ୍ଗିର ସଦର ବ୍ଲକର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ହିତାଧିକାରିମାନଙ୍କ ପାଇଁ ଏହି ଯୋଜନା ତିଆରି ହୋଇଛି ତାଙ୍କର ଉପସ୍ଥିତି ଅତି ନଗନ୍ୟ । ଯେଉଁ କିଛି ଲୋକ ବି ଅଛନ୍ତି ଆଲୋଚନା କରିବାରୁ ଜଣାଯାଉଛି ସେଥିରୁ ଅଦ୍ଧାଧିକ ଲୋକ ଚାଷ କରୁନାହାନ୍ତି । ଏହା ମଧ୍ୟ ସତ ଯେ, ଏହି ଯୋଜନା ଯେତେ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କ ଦ୍ୱାରକୁ ଦ୍ୱାର, ଗାଁ କିମ୍ବା ପଂଚାୟତକୁ ଯାଇ ବିଭାଗ ତରଫରୁ କ୍ରେଟ ବଣ୍ଟନ କରାନଯିବ ସେ ପର୍ଯ୍ୟନ୍ତ ଚାଷୀ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ପ୍ରକୃତ ଲାଭ ପାଇପାରିବେ ନାହିଁ । ତେଣୁ ଉଦ୍ୟାନ କୃଷି ବିଭାଗ ଆଜି ଏଠାରେ ନିଷ୍ପତ୍ତି କରୁ ଯେ, ପଂଚାୟତ କିମ୍ବା ଗାଁ ସ୍ତରରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟନ୍ୱୟନ କରୁ । ଆଲୋଚନା ବେଳେ ବିଭିନ୍ନ ଚାଷୀମାନେ ଉପସ୍ଥିତ ଥିବା କିଛି ଚାଷୀଙ୍କୁ ତାଙ୍କ ଚାଷ ଏବଂ ଏହାକୁ ନେଇ ହେଉଥିବା ଲାଭ ବାବଦରେ ବିଧାୟକ ଶ୍ରୀ ମିଶ୍ର ପଚାରି ବୁଝିଥିଲେ । ଯୋଜନା ମୁତାବକ ବିଭିନ୍ନ ବ୍ୟାଙ୍କ ଚାଷୀଙ୍କୁ ଋଣ ଦେଉଥିବା ବେଳେ ସେମାନେ ପାଉଥିବା ସବ୍‌ସିଡି ୪୦% ଠିକ୍‌ ସମୟରେ ଜମା ହେଉ ନ ଥିବାରୁ ଚାଷୀ ସମ୍ପୂର୍ଣ୍ଣ ଋଣ ପରିମାଣ ଉପରେ ସୁଧ ସବ୍‌ସିଡି ପରିମାଣରୁ ଅଧିକ ହେଉଯାଉଥିବାର ଜଣାପଡିଥିଲା । ତେଣୁ ଏହି ଦିଗରେ ବ୍ୟାଙ୍କ ହେଉ କି ଅଧିକାରୀ ହୁଅନ୍ତୁ ଯତ୍ନବାନ ହୋଇ କାମ କରିବା ଉଚିତ୍‌ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠୀ, ଉଦ୍ୟାନ କୃଷି ବିଭାଗ ଉପ-ନିର୍ଦ୍ଦେଶକ ପ୍ରମୋଦ ସେଠୀ, ବିଭାଗୀୟ ଅଧିକାରୀ ସୁଶ୍ରୀ ସୁଚିସ୍ମିତା ମେହେର, ପ୍ରଜିତା ପୁରୋହିତ, ରୁପାଲି ଖୁଆସଙ୍କ ସହ ଜୁଲୁ ପଟ୍ଟନାୟକ, ସରୋଜ ରଥ, କୈଳାସ ମିଶ୍ର ତଥା କିଛି ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.