lika

ଦୀପାବଳି ପାଇଁ ଟିଟିଲାଗଡ ବଜାରରେ ବିକ୍ରି ହେଉଛି ବିଭିନ୍ନ ଦୀପ ସହ ସାଜସଜ୍ଜା ସାମଗ୍ରୀ

gbag

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସୁଛି ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରାୟ ସମସ୍ତ ପରିବାର ଘରକୁ ସଫା ସୁତୁରା କରିବା ସହ ଦୀପାବଳି ପାଇଁ ଘରର ସାଜସଜ୍ଜା କରିଥାନ୍ତି । ଆଗ ମାଟି ଦୀପର ଚାହିଦା ଥିବା ବେଳେ ଆଜିର ଆଧୁନିକ ଯୁଗରେ ଫେନ୍ସି ଦୀପ, ସୁଗନ୍ଧିତ ମହମବତୀ ଦୀପ, ଲିଚୁ ଲାଇଟ ସହ ଘର୍ ସାଜସଜ୍ଜା ପାଇଁ ଝୁମର, ଚାଇନା ଦୀପ, ଅତି ସୁନ୍ଦର ସୁନ୍ଦର ଝାଲେର, ରଙ୍ଗୋଲି ପାଇଁ ବିଭିନ୍ନ ରଙ୍ଗର ମୁରୁଜ, ପୂଜା କରିବା ପାଇଁ ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତ୍ତି, ତା ସହିତ ବିଭିନ୍ନ ଧରଣର ସାଜସଜ୍ଜା ସାମଗ୍ରୀ ଦେଖିବାକୁ ମିଳୁଛି ଟିଟିଲାଗଡ ଜଗାବଳିଆ ବୁକଷ୍ଟୋର୍‌ଠାରେ । ସହର ମଝିରେ ଦୋକାନ ରହିଥିବା ବେଳେ ରାତି ହେଲେ ଦୀପାବଳି ପାଇଁ ବିକ୍ରି ନିମନ୍ତେ ସାମଗ୍ରୀ ମାନଙ୍କୁ ବହୁତ ସୁନ୍ଦର ସଜା ହୋଇଛି । ଗ୍ରାହକ ମାନେ ମଧ୍ୟ ଏତେ ଭେରାଇଟି ଦେଖି ଖୁସିରେ ସାମଗ୍ରୀ କିଣି ଘରକୁ ନେଇକି ଯାଉଥିବା ଦେଖିବାକୁ ମିଳୁଛି । ଦୀପାବଳି ପାଇଁ ବିକ୍ରି ହେବାକୁ ଆସୁଥିବା ଜିନିଷ ଦେଖିବାକୁ ତଥା କିଣିବାକୁ ଲୋକଙ୍କ ଭିଡ ଜମୁଛି । ସେମିତିବି ଲୋକ ବାଣ ଫୁଟାଇବା ଅପେକ୍ଷା ଘରକୁ ସୁନ୍ଦର ଭାବରେ ସଜାଇବା ସହ ମିଠା ବାଣ୍ଟି ଏହି ଆଲୋକର ପର୍ବ ଦୀପାବଳି ପାଳନ କରୁଛନ୍ତି ।

babaa
Leave A Reply

Your email address will not be published.