jayashree

ବଲାଙ୍ଗିରରେ କ୍ରେତା ବିକ୍ରେତା ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରରେ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନରେ ଓରମାସ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ଚାଷୀ ଏବଂ ବିକ୍ରେତାଙ୍କ ସମସ୍ୟା, ସୁବିଧା ଏବଂ ପରସ୍ପର ସହ ଆଳାପ ପାଇଁ ଏହି ପ୍ଲାଟଫର୍ମ ଖୁବ ଉପଯୋଗୀ ବୋଲି ଉପସ୍ଥିତ ଅତିଥି କହିଥିଲେ । ଏହା ଦ୍ଵାରା ସମସ୍ତଙ୍କୁ ବ୍ୟାକୱାର୍ଡ ଲିଙ୍କେଜ ଓ ଫରୱାର୍ଡ ଲିଙ୍କେଜ ମିଳିପାରିବ । ହସ୍ତତନ୍ତ, ହସ୍ତଶିଳ୍ପ, ବାଦାମ, ଡାଲି, ମସଲା, ଫଳ, ପନିପରିବା, ଛତୁ, ଛତୁ ଖଟା ଆଦି ଉତ୍ପାଦନ କରାଯାଉଛି । ଜିଲ୍ଲାରେ ସମୁଦାୟ ୨୧୯ଟି ଗ୍ରୁପରେ ୧୫୧୯୫ ଜଣ ଓରମାସ ସହ ପ୍ରତିବିନ୍ଧିତ ହୋଇ ଏହି ଉତ୍ପାଦ ଉତ୍ପାଦନ କରୁଛନ୍ତି । ପୂର୍ବରୁ ଏସବୁ ଚାଷ ବ୍ୟକ୍ତିଗତ ଭାବେ କରାଯାଉଥିଲା । ସମୟ ସହ ଏବେ ସାମୁହିକ ବିକାଶ ଦିଗରେ ସମସ୍ତେ ଚେଷ୍ଟିତ । ଏକରୁ ଅନେକ ଭଳି ଜଣଙ୍କଠାରେ ସୀମିତ ନ ହୋଇ ଏହା ବଡ ବଡ ଉଦ୍ୟୋଗରେ ପରିଣତ ହେଉଛି । ସରକାରଙ୍କ ମେକ୍‌ ଇନ୍‌ ଓଡିଶା ତଥା ଆତ୍ମନିର୍ଭରଶୀଳ ହୋଇ ବଜାରକୁ ଅଧିକରୁ ଅଧିକ ବିକଳ୍ପର ଉତ୍ପାଦ ଚାଷୀମାନେ ପଠାଉଛନ୍ତି । ଏହି ବିକ୍ରେତା ଏହାକୁ ଲୋକଙ୍କ ପାଖକୁ ପଠାଇ ବଜାର ଶୃଙ୍ଖଳକୁ ସଂପୂର୍ଣ୍ଣ କରାଇଥାଏ । କୃଷି ବଲାଙ୍ଗିରର ଶିଳ୍ପ ଏବଂ ଓରମାସ ଏହି ଶିଳ୍ପକୁ ନବଦିଗନ୍ତ ଦେଇଛି ବୋଲି ଉପସ୍ଥିତ ଅତିଥି ପ୍ରକାଶ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାପାଳ ଏହି ସମ୍ମିଳନୀ ଦ୍ଵାରା ମିଡିଲ ମ୍ୟାନର ଭୂମିକାକୁ ହଟେଇ ହେବ ବୋଲି କହିବା ସହ ଚାଷୀ ନିଷ୍ପେସିତ ହେବାରୁ ବଞ୍ଚିପାରିବେ ବୋଲି କହିଥିଲେ । ଯେହେତୁ ଚାଷୀ ଓ କ୍ରେତା ଉଭୟ ଗୋଟେ ସ୍ଥଳରେ ଉପସ୍ଥିତ ଅଛନ୍ତି ତେଣୁ ଏହା ଆଗାମୀ ଦିନରେ ଉଭୟଙ୍କୁ ସହାୟକ ହେବ । ଭିତ୍ତିଭୂମି ସୁଦୃଢ ହେଲେ ଆମ ପ୍ରଦେଶର ଚାଷୀ ବେଙ୍ଗଲ ଓ ମହାରାଷ୍ଟ୍ରର ଚାଷୀଙ୍କୁ ଟକ୍କର ଦେଇପାରିବେ । ବଲାଙ୍ଗିରର ଉତ୍ପାଦ ବିଶ୍ଵ ତଥା ଦେଶ ଉତ୍ପାଦ ସହ ନିଜ ସ୍ଥାନ ବଜାୟ ରଖିପାରିଲେ ଏହି ସମ୍ମିଳନୀ ମୁଖ୍ୟ ଉଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ସମ୍ମିଳନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ଫ୍ୟଟୋବିୟକ୍ସ କାର୍ଯ୍ୟକାରୀ ସମ୍ପାଦକ ଏସ୍‌କେ ଦାସ, ଉପନିର୍ଦ୍ଦେଶକ ପ୍ରଫୁଲ ଭଞ୍ଜ, ମୁଖ୍ୟ କୃଷି ଅଧିକାରୀ ସୁବାଷ ବେହେରା, ଡିଡିଏମ୍‌ ନାବାର୍ଡ ଉପସ୍ଥିତ ଥିଲେ । ଚାଷୀ ରୂପେ ବାବୁଲାଲ ଜାନୀ, ବିଷ୍ଣୁ ସାହୁ, ପ୍ରଦୀପ ପୃଷ୍ଟି, ଶ୍ରୀପତି ବେହେରା, ଶିବାନନ୍ଦ ବାରାଡ, ସନତ ଚାଣ୍ଡୀ, ରୋମାଞ୍ଚଳ ସାହୁ ଆଦି ନିଜର ଅଭିଜ୍ଞତା ବଖାଣି ଥିଲେ ।

Leave A Reply

Your email address will not be published.