jayashree

ଡେଲାଙ୍ଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଆଭା ଅନୁଷ୍ଠାନ, ଡଂପୁର ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପୁରୀ ଜିଲ୍ଲା ପ୍ରଶାସନ ଓ ଡେଲାଙ୍ଗ ବ୍ଲକ ପ୍ରଶାସନର ଆୟୋଜନରେ ସୋମବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଡେଲାଙ୍ଗର ନୂତନ ବିଡିଓ କ୍ଷିତିଶ ଚନ୍ଦ୍ର ବେହେରା, ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ଡ଼ିଏସ୍‌ଏସ୍‌ଓ ଶୁଭ୍ରାଂଶୁ ଶେଖର ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ବିଏସ୍‌ଏସ୍‌ଓ ତପନ ଚନ୍ଦ୍ର ଦାଶ ଏହି ଶିବିରଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଅସ୍ଥିଶଲ୍ୟ ବିଭାଗର ଡକ୍ଟର ଅମ୍ଲାନ ମହାପାତ୍ର, ଡକ୍ଟର ସୁଶୀଲ କୁମାର ନାୟକ, ମାନସିକ ବିଭାଗର ଡକ୍ଟର ଅଶିତ କୁମାର ମହାନ୍ତି, ଚକ୍ଷୁ ବିଭାଗର ଡକ୍ଟର ଜ୍ୟୋତ୍ସ୍ନାରାଣୀ ତ୍ରିପାଠୀ ଓ କର୍ଣ୍ଣ ନାସା ଗଳା ବିଭାଗର ଡକ୍ଟର ମୁନିକା ଦାଶ ପ୍ରମୁଖ ଡ଼ାକ୍ତରମାନେ ଶିବିରରେ ଉପସ୍ଥିତ ରହି ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିଥିଲେ । ୧୭୪ ଜଣ ହିତାଧିକାରୀ ଅନଲାଇନ ମାଧ୍ୟମରେ ଆବେଦନ କରି ପ୍ରମାଣ ପତ୍ର ପାଇଁ ଏହି ଶିବିରରେ ନାମ ପଞ୍ଜିକରଣ କରିଥିଲେ । ସେଥିମଧ୍ୟରୁ ବିଭିନ୍ନ ବିଭାଗର ୧୫୪ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଚିହ୍ନଟ ହୋଇଥିବା ବିଏସ୍‌ଏସ୍‌ଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଏଥିରେ ବ୍ଲକ ଷ୍ଟାଫ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.