jayashree

ଶ୍ରୀରାଜେଶ୍ୱରୀ କାଦିକ୍ଷାନ୍ତ ସ୍ତୁତି ଗ୍ରନ୍ଥ ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ରାଜପୁର ଗ୍ରାମର ଶ୍ରୀ ରାଜଶ୍ୱେରୀ କାଳୀ ମନ୍ଦିର କଲ୍ୟାଣ-ମଣ୍ଡପ ପ୍ରାଙ୍ଗଣରେ ଶ୍ରୀ ରାଜେଶ୍ୱରୀ କାଦିକ୍ଷାନ୍ତ ସ୍ତୁତି ଗ୍ରନ୍ଥ ଉନ୍ମୋଚିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ତଥା କୃଷି-କୃଷକ ସଶକ୍ତିକରଣ ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡାଙ୍କ ମୁଖ୍ୟଅତିଥୀ ଭାବେ ଯୋଗଦେଇଥିଲେ । ଏହି ଅବସରରେ ଶ୍ରୀ ପଣ୍ଡାଙ୍କ କରକମଳରେ ଶ୍ରୀରାଜେଶ୍ୱରୀ କାଦିକ୍ଷାନ୍ତ ସ୍ତୁତି ଗ୍ରନ୍ଥ ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକର ସ୍ତୁତି ପଠନ ଦ୍ୱାରା ଲୋକଙ୍କୁ ଭଲ ଜ୍ଞାନ ମିଳିବ ଏବଂ ସମାଜର ବିକାଶ ଦିଗରେ ଏହା ସହାୟକ ହେବ ବୋଲି ପୂର୍ବତନ ଉପ-ବାଚସ୍ପତି ତାଙ୍କ ବକ୍ତବ୍ୟରେ କହିଥିଲେ । ରଚୟିତା ପଣ୍ଡିତ ସିମାଞ୍ଚଳ ତ୍ରୀପାଠୀ ଏହି ସ୍ତୁତି ପ୍ରକାଶନର ଲକ୍ଷ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ସ୍ତୁତି ସମ୍ପର୍କରେ ବିସୃତ ଭାବେ ବୁଝାଇଥିଲେ । ମାଗଣାରେ ଏହି ସ୍ତୁତି ବଣ୍ଟନ ହେବ ଏବଂ ମା’ଙ୍କ ସମ୍ପର୍କରେ ଅବଗତ ହେବେ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟାକରଣ ପଣ୍ଡିତ ବନମାଳି ପାଣିଗ୍ରାହୀ, ମୁଖ୍ୟବକ୍ତା ଶଙ୍କର ପ୍ରସାଦ ଦାଶ, ସାମାଜିକ କର୍ମୀ ଲକ୍ଷ୍ମୀଚରଣ ପାଢୀ, ଲେଖିକା ରଶ୍ମୀ ପ୍ରଭା ଦାଶ ପ୍ରମୁଖ ମଞ୍ଚାସୀନ ଅତିଥି ଏହି ସ୍ତୁତିର ମହାତ୍ମ୍ୟ ଉପରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ.ଦୀନେଶ କୁମାର ନାହାକ, ଟ୍ରଷ୍ଟ ମୁଖ୍ୟ ରବିନ୍ଦ୍ର ପାତ୍ର, ଜୟରାମ ଲେଙ୍କା, ମନ୍ଦିର ଅଧିକାରୀ ଦାମୋଦର ମୁଦୁଲୀ, ମୁଖ୍ୟ ସଂକଳକ ଗୋବିନ୍ଦ ବେହେରା, ପଣ୍ଡିତ ବିଜୟ ତ୍ରୀପାଠୀ, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ସେଠୀ, ସଂଯୋଜକ କମଳ କୁମାର ପଣ୍ଡା, ଚନ୍ଦନ ଗୌଡ, ସଂଜୟ ସାହୁ, ସନ୍ତୋଷ ଗୌଡ, କୃଷ୍ଣ ଗୌଡ, ତୁଷାର ଶତପଥି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସାକାର କରିଥିଲେ ।

Leave A Reply

Your email address will not be published.